ଭୋଟ୍ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା
ମଙ୍ଗଳବାର ଶେଷ ହୋଇଛି ନୂଆପଡ଼ା ଉପନିର୍ବାଚନ। ଆସନ୍ତା ୧୪ ତାରିଖରେ ହେବ ଭୋଟ୍ ଗଣତି। ଏନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ନୂଆପଡ଼ା ନ୍ୟାଶନାଲ କଲେଜରେ ଏହି ଭୋଟ ଗଣତି ହେବ। ଇନ୍ନର କର୍ଡନ ଦାୟିତ୍ୱରେ ରହିବେ ସିଏପିଏଫ୍, ପୋଲିସ ମଧ୍ୟ ରହିବେ । ମୋଟ ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତିର ବ୍ୟବସ୍ଥା ରହିଛି । ସକାଳ ୮ଟାରେ ପୋଷ୍ଟାଲ, ସାଢେ ୮ଟାରେ ଇଭିଏମ୍ ଖୋଲିବ । ଏନେଇ ଜିଲାପାଳ ସୂଚନା ଦେଇଛନ୍ତି।