ଭୂପିନ୍ଦରଙ୍କୁ ଜବାବ ଦେଲେ ଦେବୀ : ଦଳ ସଙ୍ଗଠିତ ଅଛି

ଭୁବନେଶ୍ୱର (ରାଜ୍ୟକାହାଣୀ )ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂଙ୍କୁ କାଉଣ୍ଟର କଲେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର । ଦେବୀ କହିଛନ୍ତି, ବିଜେଡି ଦେଶର ବୃହତ୍ତମ ଆଞ୍ଚଳିକ ଦଳ । ଶୁକ୍ରବାର ଦଳର ପ୍ରତିଷ୍ଠା ଦିବସ । କ୍ଷେତ୍ରୀୟ ସ୍ତରରେ ପାଳନ କରାଯିବ । ଶଙ୍ଖ ଭବନରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ଦଳର ସଭାପତି ଯୋଗ ଦେବେ ।ଭୂପିନ୍ଦର ବାବୁ ସବୁବେଳେ ମିଡିଆରେ କହୁଛନ୍ତି । ମୁଁ ଶୁଣୁଛି । ଯଦି ଦଳ ପରିଚାଳନା ୩ରୁ ୪ ଜଣ କରୁଛନ୍ତି ତେବେ ନିର୍ଦ୍ଦିଷ୍ଟ ଭାବେ ସଠିକ୍ ଫୋରମ୍‌ରେ କୁହନ୍ତୁ । ଏବେ ପିକନିକ ମାସ । ସମସ୍ତେ ଭୋଜି ଭାତ କରିବେ । ଦଳ ସଙ୍ଗଠିତ ଅଛି, ସମସ୍ତଙ୍କୁ ନେଇ ଚାଲିଛି ବୋଲି ଦେବୀ ମିଶ୍ର । ସୂଚନାମୁତାବକ । ଭୂପିନ୍ଦର କହିଛନ୍ତି ଯେ ନୂଆବର୍ଷରେ କାହାକୁ ସଭାପତି ଦାୟିତ୍ୱ ଦିଆଯିବ ନାହିଁ । ଦଳର ସଭାପତି ସ୍ପଷ୍ଟ କରି ସାରିଛନ୍ତି ସେ ହିଁ ଦାୟିତ୍ୱରେ ରହିବେ । ଦଳର ସଭାପତି ସୁସ୍ଥ ଓ ସବଳ ଅଛନ୍ତି । କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡି ଭାଗ ହେଇଯିବ । ଭବିଷ୍ୟତରେ ନବୀନଙ୍କୁ ଛାଡି ବିଜୋଡି ରହିପାରିବ ନାହିଁ । ଯାହାଙ୍କୁ ଆଣିବାକୁ ପ୍ରୟାସ ହେଉଛି ତାଙ୍କ ପାଇଁ ଦଳର ବଡ କ୍ଷତି ହୋଇଛି । ଦଳକୁ ସମସ୍ତେ ଆସିପାରିବେ, ଯିଏ ଆସିବ ସେ ପ୍ରଥମେ କାମ କରିବେ । ୩ ରୁ ୪ ଜଣଙ୍କୁ ନେଇ ଦଳ ପରିଚାଳନା ବନ୍ଦ ହେଉ । ଗୋଟିଏ ଟିମ୍ ଭାବେ କାମ କରୁ ଦଳ । ୨୦୨୫ ବିଜେଡି ପାଇଁ ଭଲ ନଥିଲା । ନୂଆପଡା ନିର୍ବାଚନ ପରାଜୟକୁ ନେଇ ଆଲୋଚନା ହେବା ଉଚିତ ।ମିତି କିଛି କହି ପୁଣି ଥରେ ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟ କରିଛନ୍ତି ।

You might also like