ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ହୋଇଥିବା କଣ୍ଟ୍ରାକ୍ଟ ବାତିଲ

ରାଜ୍ୟ କାହାଣୀ (ଭୁବନେଶ୍ୱର )ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ହୋଇଥିବା କଣ୍ଟ୍ରାକ୍ଟ ବାତିଲ ହୋଇଛି । କାର୍ଯ୍ୟ ବିଳମ୍ବ ହେଉଥିବାରୁ ଠିକାର ସଂସ୍ଥାର କଣ୍ଟ୍ରାକ୍ଟ ବାତିଲ ହୋଇଛି । ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ରଞ୍ଜିତ ବିଲ୍ଡକନ୍‌ ସହ କଣ୍ଟ୍ରାକ୍ଟ ବାତିଲ ହୋଇଛି । କଣ୍ଟ୍ରାକ୍ଟକୁ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ ବାତିଲ କରିଛି । ତେବେ ସିଇଆଇଜିଆଇଏଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍ କୁ ପୂର୍ବ ସରକାର ଟେଣ୍ଡର ଦେଇଥିଲେ। କିନ୍ତୁ ଏହି ଦୁଇ କଂପାନି ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ବେ ନିୟମ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ଦେଇନାହାନ୍ତି। ଏପରିକି ଦୁଇ କଂପାନି ମେଟ୍ରୋ ରେଳ ପ୍ରକଳ୍ପକୁ ନଷ୍ଟ କରିଥିବା ଅଭିଯୋଗ ଆଣି ଓଡ଼ିଶା ସରକାର ଏଭଳି କଠୋର ପଦକ୍ଷେପ ନେଇଥିବା କୁହାଯାଇଛି।

You might also like