ଭିଟାମାଟି ଓ ଜୀବନ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ସଚେତନତା
ନୀଳଗିରି (ରାଜ୍ୟ କାହାଣୀ): କୁଲଡିହା ଅଭୟାରଣ୍ୟ ରେ ବସବାସ କରୁଥିବା ଲୋକମାନଙ୍କ ପକ୍ଷରୁ ଅଭିଯୋଗ ଦେବାପାଇଁ ନୀଳଗିରି ତହସିଲଦାର ଆସନ୍ତା ଅଣତିରିଶ ତାରିଖ କୁ ଦିନ ଧାର୍ଯ୍ଯ କରିଛନ୍ତି। ପ୍ରଥମେ ଗତ ୧୮ତାରିଖ କୁ ସିଦ୍ଧାନ୍ତ କରିଥିଲେ । ପରବର୍ତ୍ତୀ ସମୟରେ
ତାରିଖ ପରିବର୍ତ୍ତନ କରି ୨୯ ତାରିଖ କରିଛନ୍ତି। ଯେଉଁ ମାନେ ବହୁ ଦିନରୁ ଅଭାୟରଣ୍ୟ ରେ ରହି ଆସୁଛନ୍ତି, ସେମାନଙ୍କ ଘର,ଘର ବାଡ଼ି, ଚାଷ ଜମି, ରହିଛି। ଅଭାୟରଣ୍ୟ ଭିତରେ ସରକାରୀ ରାସ୍ତା, ବିଦ୍ୟାଳୟ, ଡାକ୍ତରଖାନା, ମନ୍ଦିର, ଜଳସେଚନ ପ୍ରକଳ୍ପ, କମ୍ଯୁନିଟି ହଲ ମାନ ରହିଛି ।ପୂର୍ବରୁ ଅଭାୟରଣ୍ୟ ରୁ ଲୋକଙ୍କୁ ବିସ୍ଥାପିତ କରାଯିବା ପାଇଁ ସରକାର ଙ୍କ ପକ୍ଷରୁ ନୋଟିସ ଜାରି କରା ଯାଇ ଥିଲା। ୨୦୧୨ ମସିହାରେ ଲୋକ ଭିଟାମାଟି ଓ ଜୀବନ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ
ଉଚ୍ଚନ୍ୟାୟାଳୟ ରେ କେସ
କରାଯାଇଛି। ବର୍ତ୍ତମାନ ଉକ୍ତ କେସ ବଳବତ୍ତର ରହିଛି। ଉକ୍ତ ଘଟଣାକୁ କୁ ସଚେତନ କରିବା ପାଇଁ ମଞ୍ଚ ପକ୍ଷରୁ ସଜନାଗଡ଼, ଗରଡିହି, କିଶୋର ଚନ୍ଦ୍ର ପୁର୍ ପଞ୍ଚାୟତ ରେ ସଚେତନତା କାର୍ଯ୍ୟକ୍ରମ ମାନ କରାଯାଉଛି। କାର୍ଯ୍ୟ କ୍ରମ ରେ ମଞ୍ଚ ପକ୍ଷରୁ ବିଜୟ କୁମାର ପାତ୍ର, ସତ୍ୟଜିତ ଦାସ, ଲକ୍ଷ୍ମୀଧର ସାହୁ, ଲକ୍ଷ୍ମଣ ସ, ସୁରେଶ ନାୟକ, ଅମରେନ୍ଦ୍ର ନାୟକ, ପୁରୁଷୋତ୍ତମ ଖଣ୍ଡେଇ, ଗଜେନ୍ଦ୍ର ସିଂ, ଜଗନ୍ନାଥ ସିଂ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିଛନ୍ତି। ଯେଭଳି ଭାବରେ ଆସନ୍ତା ୨୯ ତାରିଖ ରେ ହଜାର ହଜାର ସଂଖ୍ୟାରେ ଲୋକ ମାନେ ଆସି ନିଜର ଅଭିଯୋଗ ଦେଇ ପାରିବେ। ସେଥି ପାଇଁ ମଞ୍ଚ ପକ୍ଷରୁ ନିବେଦନ କରାଯାଇଛି।