ଭିଜିଲାନ୍ସ ଜାଲରେ ଜୁନିଅର ଆସିଷ୍ଟାଣ୍ଟ

ରାଜ୍ୟ କାହାଣୀ (ଭୁବନେଶ୍ଵର)ଭିଜିଲାନ୍ସ ଜାଲରେ ଜୁନିଅର ଆସିଷ୍ଟାଣ୍ଟ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ସ୍ଥିତ ନିକଲସନ ଫରେଷ୍ଟ ଟ୍ରେନିଂ ସ୍କୁଲର ଜୁନିଅର ଆସିଷ୍ଟାଣ୍ଟ ରୂପଚାନ୍ଦ ନାୟକ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ତାଙ୍କଠାରୁ ୩୦ ହଜାର ଟଙ୍କା ଜବତ ହୋଇଛି ।ଗତ ୩୧ ଜୁଲାଇ ୨୦୨୫ରେ ଅବସର ନେଇଥିବା ଜଣେ ପିଅନଙ୍କ ସର୍ଭିସ ବୁକ୍‌, ପେନ୍‌ସନ୍‌ ପେପର ଆଦି କରିବାକୁ ସେ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବାରମ୍ବାର ହଇରାଣ ହରକତ ହେବା ଫଳରେ ସେ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଆଜି ଉକ୍ତ ଲାଞ୍ଚ ଟଙ୍କା ନେବା ବେଳକୁ ଭିଜିଲାନ୍ସ ବିଭାଗ ହାତରେ ଧରା ପଡ଼ିଥିଲେ ବୋଲି ଡିଏସପି ସୁଧାଂଶୁ ପୂଜାରୀ କହିଛନ୍ତି। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।

You might also like