ଭିଜିଲାନ୍ସ ଜାଲରେ  କଟକ ସଦର କଖଡି ଆରଆଇ

ଭିଜିଲାନ୍ସ ଜାଲରେ ଆରଆଇ ।  କଟକ ସଦର କଖଡି ଆରଆଇ ଜାନକୀ ରଞ୍ଜନ ମଲ୍ଲିକ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ।  ଜମି ପଟ୍ଟା କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ ।  ସୂଚନା ମୁତାବକ, ଆଜି କଟକ ସଦର ତହସିଲ ଅନ୍ତର୍ଗତ କଖାଡି ସର୍କଲର ରାଜସ୍ୱ ନିରୀକ୍ଷକ ଜାନକୀ ରଞ୍ଜନ ମଲ୍ଲିକ ଜଣେ ଜମି ମାଲିକଙ୍କ ସପକ୍ଷରେ ଅନୁକୂଳ ରିପୋର୍ଟ ଦାଖଲ କରିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ତାଙ୍କୁ ଗିରଫ କରାଯାଇଛି। ଟ୍ରାପ ପରେ ଜାନକୀ ରଞ୍ଜନ ମଲ୍ଲିକଙ୍କର ତିନୋଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ ।  ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ ଚାଲିଛି।

You might also like