ଭାରତୀୟ ସ୍ପେସ୍ ଷ୍ଟେସନର ମଡ୍ୟୁଲ୍-୧ ଲଞ୍ଚ କଲା ଇସ୍ରୋ

ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜାତୀୟ ମହାକାଶ ଦିବସ ସମାରୋହରେ ଭାରତୀୟ ସ୍ପେସ୍ ଷ୍ଟେସନ (BAS) ମଡ୍ୟୁଲର ଏକ ମଡେଲର ଶୁଭାରମ୍ଭ ହୋଇଛି। ୨୦୨୮ରେ ଭାରତ ତାର ପ୍ରଥମ ସ୍ପେସ୍ ଷ୍ଟେସନ ଲକ୍ଷ୍ୟ ରଖିଛି । ପରେ ଏହାକୁ ସଂପ୍ରସାରଣ କରାଯିବ। BAS-୧ ର ଓଜନ ରହିବ ପାଖାପାଖି ୧୦ ଟନ। ପୃଥିବୀ ୪୫୦ କିଲୋମିଟର ଉପରେ ରହି ପୃଥିବୀକୁ ପ୍ରଦକ୍ଷିଣ କରିବ। ଏଥିରେ ମାଇକ୍ରୋ ଗ୍ରାଭିଟି ରିସର୍ଚ୍ଚ, ଟେକ୍ନୋଲୋଜି ପ୍ରଦର୍ଶନ, ସାଇଣ୍ଟିଫିକ ଇମେଜିଂ ଆଦି କରିହେବ। ବର୍ତ୍ତମାନ ୨ଟି କକ୍ଷପଥ ପ୍ରୟୋଗଶାଳା ରହିଛି । ୫ଟି ଅନ୍ତରୀକ୍ଷ ଏଜେନ୍ସି ଦ୍ୱାରା ସଂଚାଳିତ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ (ISS) ଏବଂ ଚୀନ୍‌ର ତିୟୋଗୋଙ୍ଗ ସ୍ପେସ୍ ଷ୍ଟେସନ । ଅନ୍ତରୀକ୍ଷ କ୍ଷେତ୍ର ପାଇଁ ନିଜର ମହତ୍ତ୍ୱାକାଂକ୍ଷୀ ଯୋଜନାରେ, ଭାରତ ୨୦୩୫ ପର୍ଯ୍ୟନ୍ତ ଭାରତୀୟ ସ୍ପେସ୍ ଷ୍ଟେସନର ୫ଟି ମଡ୍ୟୁଲ ସ୍ଥାପନ କରିବା ପାଇଁ ଯୋଜନା କରୁଛି ।

You might also like