ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ ଡ଼କ୍ଟର ସୁବାସ ପାଣିଙ୍କ ବିୟୋଗ ରେ ଶୋକ

ରାଜ୍ୟ କାହାଣୀ (ଭୁବନେଶ୍ୱର )୫/୮/୨୫ ସଂସ୍କୃତି ଗବେଷକ,ଭାଷ୍ୟକାର ଓ ଭୁତପୁର୍ବ ମୁଖ୍ୟ ଶାସନ ସଚିବ ଡ଼କ୍ଟର ସୁବାସ ପାଣିଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି. ଓଡ଼ିଆ ସଂସ୍କୃତି ଗବେଷଣା ବିଶେଷକରି ଜଗନ୍ନାଥ ସଂସ୍କୃତି ଓ ଗୀତ ଗୋବିନ୍ଦ ଉପରେ ସେ ଅନେକ ମହତ୍ୱପୂର୍ଣ କାମ କରିଯାଇଛନ୍ତି.ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବରେ ମଧ୍ୟ ତାଙ୍କର ବିଶେଷ ସୁନାମ ଥିଲା.ସ୍ବର୍ଗତ ପାଣିଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହ ଶ୍ରୀ ପଟନାୟକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି

You might also like