ବିପଦ ସାଜିବାରେ ଲାଗିଛି ବ୍ଲୁ ଟୁଥ ଓ ଇୟର ଫୋନ ! ଯୁବପିଢୀଙ୍କ କ୍ଷେତ୍ରରେ ବଢୁଛି କାନଜନିତ ସମସ୍ୟା

ରାଜ୍ୟ କାହାଣୀ ( ଭୁବନେଶ୍ଵର)ଅଧିକାଂଶ ଯୁବପିଢୀଙ୍କ କ୍ଷେତ୍ରରେ ବିଗତ କିଛି ମାସ ହେଲା ଦେଖିବାକୁ ମିଳୁଛି କାନଜନିତ ସମସ୍ୟା । ସହରର କେତେକ ଔଷଧ ଦୋକାନୀଙ୍କ ଠାରୁ ଆରମ୍ଭ କରି ଡାକ୍ତର ଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ କାନଜନିତ ସମସ୍ୟାର ସମ୍ମୁଖୀନ ହୋଇ ବହୁ ଯୁବପିଢୀ ଚିକିତ୍ସା ପାଇଁ ଆସୁଥିବା ଆଲୋଚିତ ହେଉଛି । କାନଜନିତ ସମସ୍ୟାର ପ୍ରତିକାର ପାଇଁ ବହୁ ଯୁବପିଢୀ କର୍ଣ୍ଣ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଉଥିବା ଜଣାପଡିଛି । ଅତ୍ୟାଧୁନିକ ବିଦ୍ୟୁତ ଉପକରଣ ଠାରୁ ଆରମ୍ଭ କରି ବ୍ଲୁ ଟୁଥ ହିଁ କାନଜନିତ ସମସ୍ୟାର ମୁଖ୍ୟ କାରଣ ପାଲଟିଥିବା ବେଳେ ଏଭଳି ସାମଗ୍ରୀକୁ ଯଥାସମ୍ଭବ କମ ବ୍ୟବହାର କରିବାକୁ  ଯୁବପିଢୀଙ୍କୁ ପରାମର୍ଶ ଦେଉଛନ୍ତି । ସଂପ୍ରତି ବ୍ଲଟୁଥ, ଇଅର ଫୋନ ଓ ହେଡ ଫୋନ ବ୍ୟବହାର  କରିବା କେତେକ ଯୁବପିଢୀଙ୍କ କ୍ଷେତ୍ରରେ ଏହା ଏକ ଫ୍ୟାସନ ପାଲଟିଯାଇଛି।  ଅଧିକାଂଶ ଯୁବପିଢୀଙ୍କ କ୍ଷେତ୍ରରେ ବ୍ଲଟୁଥ ବ୍ୟବହାର ଦିନକୁ ଦିନ ଏଭଳି ମାତ୍ରାରେ ବଢିବାରେ ଲାଗିଛି କିଛି ଯେ ମୋଟର ସାଇକେଲ  କିମ୍ବା ବାଇକ ଚଳାଇବା ବେଳେ ବି ଏହି ଯନ୍ତ୍ରଟି କାନରେ ଲାଗିରହୁଛି ।  ମାତ୍ରାଧିକ ବ୍ଲୁ ଟୁଥ ବ୍ୟବ‌ହାର କରିବା ଫଳରେ ଶ୍ରବଣଜନିତ ସମସ୍ୟା ଦେଖାଦେବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି   ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଏଥିରୁ ନିବୃତ ନରହିଲେ ଆଗାମୀ ଦିନରେ ବହୁ ଯୁବପିଢୀ ଶ୍ରବଣଜନିତ ସମସ୍ୟାକୁ ନେଇ ଏକ ବଡ ବିପଦର ସମ୍ମୁଖୀନ ହେବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ମତ ପ୍ରକାଶ ପାଉଛି । ହେଡଫୋନ ନିର୍ମାଣକାରୀ କମ୍ପାନୀ ବ୍ଲଟୁଥ, ଇଅର ଫୋନ, ହେଡ ଫୋନ ନିର୍ମାଣ କରିବା ସମ ସମୟରେ ଯୁବପିଢୀଙ୍କ ଶ୍ରବଣ ଶକ୍ତି ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି।

You might also like