ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ହଙ୍ଗାମା , ୧୧.୩୦ ଯାଏଁ ଗୃହ ମୁଲତବି
ଭୁବନେଶ୍ୱର (ରାଜ୍ୟକାହାଣୀ )ବୁଧବାର ଦ୍ୱିତୀୟ ଦିନରେ ଅଚଳ ଅବସ୍ଥାରେ ଗୃହ। ପ୍ରଶ୍ନକାଳରୁ ହିଁ ବିରୋଧୀଙ୍କ ହଙ୍ଗାମା। ଧୋଇଗଲା ପ୍ରଶ୍ନକାଳ। ୧୧.୩୦ ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି।ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଧାନମଣ୍ଡି ସମସ୍ୟା ପ୍ରସଙ୍ଗକୁ ନେଇ ବିଜେଡି ଓ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଥିଲେ । ଗୃହର ମଧ୍ୟଭାଗରେ ନାରାବାଜୀ ସହ ଧାନ ରଖି ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ । ମୁଣ୍ଡରେ ଧାନ ମୁଣ୍ଡାଇ ଗୃହକୁ ଆସିଥିଲେ ରଞ୍ଜନ ବିଶ୍ୱାଳ । ରିପୋଟର୍ଟର ଟେବୁଲରେ ଧାନ ଥୋଇ ଅଭିନବ ଭାବେ ପ୍ରତିବାଦ ଜଣାଇଥିଲେ ।