ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପିସିସି ସଭାପତି

ରାଜ୍ୟ କାହାଣୀ ( ଭୁବନେଶ୍ଵର)ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପିସିସି ସଭାପତି । ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ଭେଟିବେ ଭକ୍ତ ଦାସ । ଫେବୃଆରି ପ୍ରଥମ ସପ୍ତାହରେ ନବୀନଙ୍କୁ ଭେଟିବେ ଭକ୍ତ ଦାସ । ରାଜ୍ୟସଭା ସିଟ୍ ପାଇଁ ସମର୍ଥନ ମାଗିବ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ ।ଭକ୍ତ କହିଛନ୍ତି, ବିଜେଡି ବିରୋଧୀ ଦଳ, ଆମେ ବି ବିରୋଧୀ ଦଳ। ୨ ଦଳ ମିଶିଲେ ଗୋଟିଏ ପ୍ରାର୍ଥୀ ଜିତି ପାରିବେ। ଆମେ ପ୍ରାର୍ଥୀ ଦେଲେ ସେମାନେ ସମର୍ଥନ କରିବେ କି ନାହିଁ, ସେମାନେ ପ୍ରାର୍ଥୀ ଦେଲେ ଆମର ସମର୍ଥନ ମିଳିବ କି ନାହିଁ। ଦୁଇ ଦଳ ଭିତରେ ସେ ରାଜନୈତିକ ତାଳମେଳ ନାହିଁ। ଯଦି ପ୍ରତିଭାବାନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଏ ତା’ହେଲେ ସପକ୍ଷରେ ଯିବୁ ବୋଲି ଭକ୍ତ କହିଛନ୍ତି।

You might also like