ବାଲେଶ୍ବର ପରେ ଟ୍ବିନ ସିଟିରେ ଲାଗିଲା କଟକଣା! ସଂଧ୍ୟା ୬ରୁ ସକାଳ ୧୦ ଯାଏଁ ନିର୍ମାଣ କାମ ବନ୍ଦ

ଭୁବନେଶ୍ୱର (ରାଜ୍ୟକାହାଣୀ )ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା ବେଳେ ଏହା ଏକ ପ୍ରକାର ଚିନ୍ତାର କାରଣ ସାଜିଛି ।ଗତକାଲି ବାଲେଶ୍ୱର ପୌରପାଳିକା ଓ ଅନ୍ୟ ଏଏନଏସି ମ୍ୟୁନିସିପାଲଟି ପାଇଁ ପ୍ରଦୂଷଣ କଟକଣା ଲଗାଇଛନ୍ତି ଜିଲ୍ଲାପାଳ । ଲଗାତର ଏକ୍ୟୁଆଇ ବୃଦ୍ଧିକୁ ନେଇ ଜିଲ୍ଲାପାଳ ଗାଇଡ୍‌ଲାଇନ ଜାରି କରିଛନ୍ତି । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ଯାଏଁ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଜି ଟ୍ୱିନ୍‌ ସିଟିରେ ଲାଗିଲା କଟକଣା । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ ବନ୍ଦ ରଖାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ବାହାରେ ଆଵର୍ଜନା କିମ୍ବା ଢ଼ାବାରେ କୋଇଲା ଜାଳିବା ମନା କରାଯାଇଛି । ତେବେ ଏହି କଟକଣା କେତେ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ସେନେଇ କୌଣସି ସୂଚନା ମିଳିପାରି ନାହିଁ ।

You might also like