ବାତ୍ୟା ପାଇଁ ଜରୁରୀକାଳୀନ ଅଧିକାରୀଙ୍କ ଛୁଟି ବାତିଲ,ନଗର ଉନ୍ନୟନ ବିଭାଗର ଆଗୁଆ ପ୍ରସ୍ତୁତି
ରାଜ୍ୟକାହାଣୀ ( ଭୁବନେଶ୍ୱର )ବଙ୍ଗୋପସାଗରରେ ଆସୁଛି ବାତ୍ୟା। ଏହାର ନାମ ଥାଇ ଭାଷାରେ ‘ମୋନ୍ଥା’। ଏହାକୁ ନେଇ ନଗର ଉନ୍ନୟନ ବିଭାଗର ପ୍ରସ୍ତୁତି । ସମସ୍ତ ସହରାଞ୍ଚଳରେ ଜରୁରୀକାଳୀନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଛୁଟି ବାତିଲ ଛୁଟି ବାତିଲ କରାଯାଇଛି । ଏହାସହିତ ଅଧିକାରୀଙ୍କୁ ଷ୍ଟେସନ ନଛାଡିବାକୁ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ସହରାଞ୍ଚଳଗୁଡ଼ିକରେ ଥିବା ଓ୍ୱାଟର ଲଗିଂ ଜାଗାକୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ଆଲର୍ଟରେ ରଖାଯିବ । ରନ୍ଧା ଖାଦ୍ୟ ଏବଂ ପିଇବା ପାଣି ମହଜୁଦ ରଖିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଓ୍ୱାଟର ସପ୍ଲାଏ ଏବଂଡିଜି ସେଟ୍କୁ ପ୍ରସ୍ତୁତ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଉକ୍ତ ବୈଠକରେ ବିଭାଗୀୟ ଅଧିକାରୀଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ଜିଲାପାଳମାନେ ଉପସ୍ଥିତ ଥିଲେ।