ବାଟବଣା କଲା ଗୁଗଲ୍ ମ୍ୟାପ୍ !ଗାଁକୁ ମାଡ଼ି ଗଲା ଟ୍ରକ

ଧୋକା ଦେଲା ଗୁଗଲ ମ୍ୟାପ ,ଗାଁକୁ ମାଡ଼ି ଗଲା ଟ୍ରକ। ଦୁର୍ଘଟଣାରେ ଭାଙ୍ଗିଲା ଘର। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ।ସୌଭାଗ୍ୟବଶତଃ ଘର ବାହାରେ କେହି ନଥିବାରୁ ମୃତାହତ ହୋଇ ନାହାନ୍ତି ।

ସୂଚନା ଅନୁସାରେ, କଟକରୁ ଟ୍ରକ୍ ନେଇ ଧାମରା ଆଡ଼କୁ ଯାଉଥିଲେ ଡ୍ରାଇଭର୍ । ବାଟ ଜାଣି ନଥିବାରୁ ଗୁଗଲ୍ ମ୍ୟାପ୍ ଖୋଲିଲେ, ମ୍ୟାପ୍ ଯେଉଁ ରାସ୍ତା ଦେଖାଇଲା ସେଇ ବାଟେ ଯାଉ ଯାଉ ଗାଁ ଭିତରେ ଫସିଗଲେ ।ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଦିଗଛିଆ ଛକ ନିକଟସ୍ଥ ପାତ୍ରସାହି ରାସ୍ତାରେ ଯାଉଥିବା ବେଳେ ଗୁଗଲ୍ ମ୍ୟାପ୍ ଦେଖି ଗାଁ ଭିତରକୁ ମାଡ଼ି ଯାଇଥିଲା ଟ୍ରକ୍‌ଟି । ଗାଁର ଅଣଓସାରିଆ ରାସ୍ତାରେ ଟ୍ରକ୍‌ଟି ଫସିଯିବା ସହ ଧକ୍କା ଦେଇ ଘରର ସମ୍ମୁଖ ପଟ ଭାଙ୍ଗି ଦେଇଛି । କଟକରୁ ଭୋର୍ ସମୟରେ ଧାମରା ବନ୍ଦର ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।
ଏହା ଦେଖି ଗାଁ ଲୋକେ ବାଂଶଡା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବାଂଶଡା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଗାଡିକୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡ଼ିଛି ।

You might also like