ଫ୍ରିଜ୍ ଭିତରେ ଫଣା ଟେକିଲା ବିରାଟ ନାଗ

ପୁରୀ ଜିଲ୍ଲାର ଏକ ଘରର ଫ୍ରିଜରୁ ଏକ ନାଗ ସାପ ଉଦ୍ଧାର କରାଯାଇଥିଲା। ଏହି ଘଟଣା ଜିଲ୍ଲାର କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ଗାଁରେ ଘଟିଛି। ଗତକାଲି କୁଣ୍ଢେଇ ଗ୍ରାମରୁ ନୃସିଂହ ପ୍ରଧାନଙ୍କ ସିଡ଼ି ଘର ପାଖରେ ଏକ ଫ୍ରିଜ ଥିଲା । ନୃସିଂହଙ୍କ ପତ୍ନୀ ଫ୍ରିଜ ଭିତରୁ ଜିନିଷ ଆଣିବାକୁ ଫ୍ରିଜର ଟ୍ରେ ଖୋଲିଲା ବେଳକୁ ଏକ ନାଗ ସାପ ଶୋଇଥିବା ଦେଖିବାକୁ ପାଇଥିଲେ । ଆତଙ୍କିତ ହୋଇ ଭୟରେ ଚମକି ପଡିଲେ ସେ । ସତରେ କଣ ଫ୍ରିଜରେ ସାପ ଶୋଇଛି ଏମିତି ଭାବି ଆଉଥରେ ଦେଖିଲେ ।

ହେଲେ ସତକୁ ସତ ବିରାଟ ନାଗ ସାପ ଫଣା ଟେକି ଶୋଇଛି ଫ୍ରିଜ୍ ଭିତରେ। ଭୟଭୀତ ହୋଇ ସେ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଏହା ଜଣାଇଲେ ଏବଂ ସେମାନେ ଶୀଘ୍ର ସ୍ନେକ୍ ହେଲ୍ପଲାଇନ୍ କୁ ଫୋନ୍ କଲେ। ସ୍ନେକ୍ ହେଲ୍ପଲାଇନ୍ ରୁ ସୂଚନା ପାଇବା ପରେ ବ୍ରଜ ସାହୁ ନୃସିଂହ ପ୍ରଦାହଙ୍କ ଘରକୁ ଯାଇ ଫ୍ରିଜ୍ ଭିତରୁ ବିଶାଳ ନାଗ ସାପଟିକୁ ଉଦ୍ଧାର କରିଥିଲେ। ଏହି ଘଟଣା ଏବେ ପୁରା କାକଟପୁରରେ ଚର୍ଚ୍ଚାର ବିଷୟ ପାଲଟିଛି । ତେଣୁ ନିୟମିତ ଘରକୁ ଏବଂ ଘରର ଜିନିଷ ପତ୍ରକୁ ସଫା ସୁତୁରା କରି ରଖନ୍ତୁ ।

You might also like