ଫେରାର ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସୂଚନା ଦେଲେ ମିଳିବ ୫୦ ହଜାର ପୁରସ୍କାର

ଭୁବନେଶ୍ୱର (ରାଜ୍ୟ କାହାଣୀ)କଡ଼ା ସୁରକ୍ଷା ଭେଦି କେମିତି ଖସିଗଲେ କଏଦୀ ? ଅଭିଯୁକ୍ତ ଫେରାର୍ ପଛରେ କିଏ ଅଛି ? ଚୌଦ୍ଵାର ମଣ୍ଡଳ କାରାଗାର ସ୍ପେଶାଲ୍ ସେଲ୍‌ରୁ ଦୁଇ କଏଦୀ ଚମ୍ପଟ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜେଲ୍ ଡିଜି । କାର୍ଯ୍ୟରେ ଅବହେଳା ପାଇଁ ଜେଲ୍‌ର ଜଣେ ୱାର୍ଡରଙ୍କ ସହ ଚିଫ୍ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି ।ଜେଲ୍‌ରୁ କଏଦୀ ଚମ୍ପଟ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ପୁଲିସ ବିଭାଗ ଏବଂ ଜେଲ୍‌ ବିଭାଗ ଯାହା ପଦକ୍ଷେପ ନେବା କଥା ନେଇଛନ୍ତି। ଜେଲ ଡିଜି, ଡିଆଇଜି ସେଣ୍ଟ୍ରାଲକୁ ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ଏହି କାମରେ ତତ୍ପରତା ଦେଖାଇଛି। ଖୁବ ଶୀଘ୍ର ଦୁଇ ଅଭିଯୁକ୍ତ ଧରାପଡିବେ।ଏହା ସହ ଘଟଣାରେ ସଂମ୍ପୃକ୍ତ ଏବଂ ଦାୟୀ ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ବି ହେବ। ତେବେ ଫେରାର୍ କଏଦୀଙ୍କୁ ଚିହ୍ନଟ କରି ଧରାଇ ଦେଲେ ପୁରସ୍କାର ଘୋଷଣା କରିଛି କମିଶନରେଟ୍ ପୋଲିସ । ଫେରାର୍ ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀ ଏବଂ ମଧୁକାନ୍ତ କୁମାରଙ୍କୁ ଧରାଇ ଦେଲେ ପୋଲିସ ୫୦ ହଜାର ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛି । ଏଥିପାଇଁ ପୋଲିସ ଏକ ମୋବାଇଲ୍ ନମ୍ବର ଜାରି କରିବା ସହ ସୂଚନାଦାତାଙ୍କ ପରିଚୟ ଗୁପ୍ତ ରଖାଯିବ ବୋଲି କୁହାଯାଇଛି ।

You might also like