ପ୍ରଥମ ରାଷ୍ଟ୍ରପତି ଭାବେ ରାଫେଲ ଯୁଦ୍ଧବିମାନରେ ଉଡିଲେ ଦ୍ରୌପଦୀ ମୁର୍ମୁ

ହରିୟାଣାର ଅମ୍ବାଲା ଏୟାରବେସରୁ ରାଫେଲ ଯୁଦ୍ଧବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ଅମ୍ବାଲା ବାୟୁସେନା ଷ୍ଟେସନରୁ ଏକ ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ ଭରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ରାଫେଲ ଲଢ଼ୁଆ ବିମାନରେ ଉଡ଼ିବାର ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି ।ପୂର୍ବରୁ, ସେ ୮ ଏପ୍ରିଲ୍, ୨୦୨୩ରେ ଆସାମର ତେଜପୁର ବାୟୁସେନା ଷ୍ଟେସନରେ ଏକ ସୁଖୋଇ-୩୦ MKI ଯୁଦ୍ଧ ବିମାନ ଉଡ଼ାଇଥିଲେ। ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ ଏବଂ ପ୍ରତିଭା ପାଟିଲ ଯଥାକ୍ରମେ ୮ ଜୁନ୍, ୨୦୦୬ ଏବଂ ୨୫ ନଭେମ୍ବର, ୨୦୦୯ରେ ପୁଣେ ନିକଟସ୍ଥ ଲୋହେଗାଓଁ ବାୟୁସେନା ଷ୍ଟେସନରେ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ଉଡ଼ାଇଥିଲେ। ତେବେ ଏହି ଐତିହାସିକ ସଫଳତା ମହିଳାଙ୍କୁ ସେନାରେ ଯୋଗଦେବା ପାଇଁ ମଧ୍ୟ ଉତ୍ସାହିତ କରିବ। ତେବେ ରାଷ୍ଟ୍ରପତି ରାଫେଲରେ ଉଡ଼ିବା ନେଇ ଆଖପାଖ ଅଞ୍ଚଳରେ ନୋ ଡ୍ରୋନ ଜୋନ୍ ଘୋଷଣା କରାଯାଇଛି । ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହାପରେ ରାଷ୍ଟ୍ରପତି ଅନ୍ୟ ଅଧିକାରୀଙ୍କ ନିକଟରୁ ରାଫେଲ ବିମାନର ଟେକନିକ୍ ବିଷୟରେ ଏବଂ ସୁରକ୍ଷା ରଣନୀତି ବିଷୟରେ ସୂଚନା ନେଇଛନ୍ତି ।

You might also like