ପୁରୁଣା ବସ ସ୍କ୍ରାପିଂ ହୋଇ ଆସିବ ନୂଆ ଛୋଟ ବସ

ରାଜ୍ୟ କାହାଣୀ ( ଭୁବନେଶ୍ଵର)ଆମ ବସ୍ ସେବା ସମ୍ପର୍କିତ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସଡ଼କ ସୁରକ୍ଷା, ଯାତ୍ରୀ ଅନୁକୂଳ ଆମ ବସ୍ ସେବା ଓ ଚାଳକଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି । ସ୍କାର୍ପିଂ ହେବ ୩୦ ପୁରୁଣା ଗାଡ଼ି ।ଡ୍ରାଇଭିଂ ଟ୍ରେନିଙ୍ଗ ସ୍କୁଲରେ ଡ୍ରାଇଭରଙ୍କୁ ଦିଆଯାଉଥିବା ସୁବାହକ ଟ୍ରେନିଂ 3 ଦିନ ବଦଳରେ 5 ଦିନ ଦିଆଯିବ। ନୂଆ ନିଯୁକ୍ତି ପୂର୍ବରୁ 5 ବର୍ଷରୁ କମ ଅଭିଜ୍ଞତା ଥିବା ଡ୍ରାଇଭର ସୁବାହକ ଟ୍ରେନିଂ ପାସ ନ କଲେ ବସ ଚଳାଇବାକୁ ଅନୁମତି ମିଳିବ ନାହିଁ।

ସେହିପରି ରାଜ୍ୟ ରେ ଥିବା ITDR ଗୁଡିକୁ ଇ-ବସ୍ ପ୍ରଦାନ କରାଯିବ। ଏନେଇ ଆବଶ୍ୟକୀୟ ଥିବା ମଲ୍ଟି ଚାର୍ଜିଂ ଇନ୍ଫ୍ରା ଛତିଆ, ବ୍ରହ୍ମପୁର ଏବଂ ବଣାଇ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯିବାର ଯୋଜନା କରାଯାଇଛି।ଜାନୁଆରୀ ୨୬ରୁ କ୍ୟାପଟେନ ଓ ଗାଇଡମାନଙ୍କ ନିମନ୍ତେ ପ୍ରୋତ୍ସାହନ ରାଶି ଲାଗୁହେବ । ଚାଳକଙ୍କ ସୁରକ୍ଷିତ ଗାଡ଼ି ଚାଳନା ଓ ବିଭିନ୍ନ ଦିଗରୁ ସେମାନଙ୍କ କାର୍ଯ୍ୟକୁ ମୂଲ୍ୟାଙ୍କନ କରି ୩ମାସରେ ଥରେ ଏହି ରାଶି ପ୍ରଦାନ କରାଯିବ । ଫେବୃୟାରୀରୁ ଆମ ବସ୍ ରୁଟରେ ଯାତ୍ରୀଙ୍କ ମତାମତ ନିଆଯିବ ।ଛତିଆ, ବ୍ରହ୍ମପୁର ଏବଂ ବଣାଇର ବିଭିନ୍ନ ସ୍ଥାନରେ ମଲ୍ଟି ଚାର୍ଜିଂ ଭିତ୍ତଭୂମି ନିର୍ମାଣ କରିବାକୁ ଯୋଜନା କରାଯାଇଛି । ଏହାଦ୍ବାରା ସରକାରୀ ଯାନ ସହ ବେସରକାରୀ ଯାନଗୁଡ଼ିକର ଚାର୍ଜିଂ ସୁବିଧା ରହିବ ।

You might also like