ପୁଣି ଜଳିଲେ ଆଉ ଜଣେ ଯୁବକ

ରାଜ୍ୟ କାହାଣୀ (ଭୁବନେଶ୍ୱର )ପୁଣି ଜଳିଲେ ଆଉ ଜଣେ ଯୁବକ। ରାସ୍ତା ଉପରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ଯୁବକ। ବିଚ୍ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲେ ବ୍ୟକ୍ତି।ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଧା ଜିଲ୍ଲା ବାଲିପାଟଣା ଅଞ୍ଚଳରେ ଘଟିଛି । ବାଲିପାଟଣା ଛକରେ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି । । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଶରୀର ୮୦ରୁ ଅଧିକ ପ୍ରତିଶତ ପୋଡି ଯାଇଥିବା ସୂଚନା ମିଳିଛି ।ସୂଚନାନୁସାରେ, ଏବେ ରାଜ୍ୟରେ ଜଳିଯିବା ଘଟଣା ତୀବ୍ର ବେଗରେ ବଢି ଚାଲିଛି। କେତେବେଳେ ଛାତ୍ରୀ ତ ଆଉ କେତେବେଳେ ମହିଳା। ଆଉ ଏବେ ସେହି ପୋଡ଼ି ହେବା ଧାରାରେ ସାମିଲ ହୋଇଛନ୍ତି ଯୁବକ।

You might also like