ପୀତବାସ ପଣ୍ଡା ହତ୍ୟା ମାମଲା। ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି
ରାଜ୍ୟକାହାଣୀ ( ଭୁବନେଶ୍ୱର )ପୀତବାସ ପଣ୍ଡା ହତ୍ୟା ମାମଲା। ବିବାଦୀୟ ବୟାନ ପାଇଁ ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି। ବ୍ୟକ୍ତିଗତ ଭାବେ ହାଜର ହୋଇ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ସୂଚନାମୁତାବକ ଅକ୍ଟୋବର ୨୨ରେ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମ କୁ ବ୍ରହ୍ମପୁର ଏସପି ଦେଇଥିବା ଏକ ବୟାନକୁ ନେଇ ଆପତ୍ତି ଉଠାଇଥିଲେ ହାଇକୋର୍ଟ। ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ କହିବା ସମୟରେ ଏସପି ଏକ ଇଲେକ୍ସନ ପିଟିସନ ବିଷୟରେ କହିଥିଲେ। ପେଣ୍ଡିଂ ଇଲେକ୍ସନ ପିଟିସନ ଉପରେ ମନ୍ତବ୍ୟ ଦେଇଥିବାରୁ ବ୍ରହ୍ମପୁର ଏସ୍.ପି.ଙ୍କ ଠାରୁ ଶପଥ ପାଠ ତଲବ କରିଥିଲେ ହାଇକୋର୍ଟ।