ପୀତବାସଙ୍କ ମର୍ଡର: ଉମା ବିଶୋୟୀ ଗିରଫ

ରାଜ୍ୟକାହାଣୀ ( ଭୁବନେଶ୍ୱର )ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସୁପାରୀ ଉମା ବିଶୋୟୀ ଗିରଫ ହୋଇଥିବା ସୂଚନା ମିଳିଛି । ହତ୍ୟା ଘଟଣାର ପୂରା ପ୍ଲାନ ଉମା ବିଶୋୟୀ କରିଥିବା ସୂଚନା ମିଳିଛି । କିଛି ଦିନ ତଳେ ଆତ୍ମସମର୍ପଣ କରିଥିଲା ଫେରାର୍ ଅଭିଯୁକ୍ତ ସୁଦର୍ଶନ ଜେନା । ବ୍ରହ୍ମପୁରର ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଥିଲା । ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହେଯାଗୀ ଥିଲା ସୁଦର୍ଶନ ଜେନା । ସୂଚନାନୁଯାୟୀ, ଗତ ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ହୋଇଥିଲା। ଘଟଣା ପରଠୁ ପୁଲିସ ୧୪ଜଣଙ୍କୁ ଗିରଫ କରିସାରିଥିବା ବେଳେ ଏହି ଦୁଇଜଣ ଫେରାର ଥିଲେ। ଗତ ୨୨ତାରିଖରେ ପୁଲିସ ବିଜେଡି ଜିଲ୍ଲା ସଭାପତି ବିକ୍ରମ କୁମାର ପଣ୍ଡାଙ୍କ ସହ ୧୨ଜଣଙ୍କୁ କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ଜୟପୁରର ସୁନୀଲ ହୋତା ଓ ବିଜେଡି ନେତା ଶୂନ୍ୟ ଦାସଙ୍କୁ ଗିରଫ କରିଥିଲା। ଉଭୟଙ୍କୁ ପୁଲିସ ଜେରା କରୁଛି। ଉମା ଓ କୁରୁପତି ଧରାପଡ଼ିବା ପରେ ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।

You might also like