ପୀତବାସଙ୍କ ପରିବାରକୁ ୨୪ ଘଣ୍ଟିଆ ସୁରକ୍ଷା

ରାଜ୍ୟକାହାଣୀ ( ଭୁବନେଶ୍ୱର )ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରକୁ ୨୪ ଘଣ୍ଟିଆ ସୁରକ୍ଷା ପ୍ରଦାନ କରାଯିବ। ପୀତବାସଙ୍କ ଘର ଚାରିପଟେ ସାଧା ପୋଷାକଧାରୀ ପୋଲିସ ମୁତୟନ କରାଯାଇଛି। ପତ୍ନୀଙ୍କ ପ୍ରେସମିଟ୍‌ ପରେ ସୁରକ୍ଷା ଦେବାକୁ ପଦକ୍ଷେପ ନିଆଯାଇଛି। ମାମଲା ପ୍ରତ୍ୟାହାର ପାଇଁ ଧମକ ଆସୁଥିବା ଅଭିଯୋଗ କରିଥିଲେ ପତ୍ନୀ। ଅଜଣା ନମ୍ବରରୁ ପୁଅ ପାଖକୁ ୨ ଥର ଧମକପୂର୍ଣ୍ଣ କଲ୍ ଆସିଥିଲା। ସୂଚନାମୁତାବକ ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ନାଆଁରେ ହତ୍ୟା ଧମକ ମିଳୁଛି । ସେମାନେ ଫୋନ୍ କରି ମାମଲା ପ୍ରତ୍ୟାହାର କରିବାକୁ ଧମକ ଦେଉଛନ୍ତି । ତା ନହେଲେ ତୁମକୁ ଓ କୁମ ପୁଅକୁ ଜୀବନରୁ ମାରିଦେବୁ । ୨୭ ଓ ୨୮ ତାରିଖରେ ଏଭଳି ହତ୍ୟା ଧମକ ଆସିଛି। ଆମେ ଭୟରେ କାଳାତିପାତ କରୁଛୁ । ଆମକୁ ସୁରକ୍ଷା ଯୋଗାଇ ଦିଆଯାଉ । ମୋ ସ୍ବାମୀଙ୍କୁ ସେମାନେ ଯେମିତି ମାରିଥିଲେ, ସେମାନଙ୍କୁ ସେମିତିକା ଦଣ୍ଡ ମିଳୁ । ଆଜି ସାମ୍ବାଦିକ ସମ୍ମିଳନୀରେ ମୃତ ପୀତବାସ ପଣ୍ଡାଙ୍କ ପତ୍ନୀ ଏଭଳି କହିଛନ୍ତି ।

You might also like