ନୟାଗଡ଼ରେ ଚିନିକଳ ପାଇଁ ମୁଖ୍ୟମନ୍ତ୍ରୀ ନେଲେ ପଦକ୍ଷେପ

ନୟାଗଡ଼ ଚିନି କଳ ପାଇଁ ପାଦ ବଢ଼ାଇଲେ ରାଜ୍ୟ ସରକାର ।ନୟାଗଡ଼ରେ ଚିନି କଳ ପ୍ରତିଷ୍ଠା ପାଇଁ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଲେ ଚିଠି । ସେଥିରେ ମୁଖ୍ୟମନ୍ତ୍ରୀ ଚିନିକଳ ପ୍ରତିଷ୍ଠା କରିବାକୁ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି।ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି ନୟାଗଡ଼ ଓ ଏହାର ଆଖପାଖ ଜିଲ୍ଲାରେ ପାଖାପାଖି ୨୦ ହଜାରରୁ ଅଧିକ ଆଖୁଚାଷୀ ଅଛନ୍ତି। ଦୀର୍ଘଦିନ ଧରି ସେମାନେ ଏକ ଚିନିକଳ ପ୍ରତିଷ୍ଠା ପାଇଁ ଦାବି କରିଆସୁଛନ୍ତି। ୧୯୮୮ରେ ଏଠାରେ ଏକ ଚିନିକଳ ପ୍ରତିଷ୍ଠା ହୋଇଥିବା ବେଳେ, ବାର୍ଷିକ ପ୍ରାୟ ୧ଲକ୍ଷ ୭୦ ହଜାର ମେଟ୍ରିକ ଟନ୍ ଆଖୁରୁ ଚିନି ଉତ୍ପାଦନ ହେଉଥିଲା। ଯାହା ସ୍ଥାନୀୟ ଅଞ୍ଚଳର ହଜାର ହଜାର ଆଖୁଚାଷୀଙ୍କୁ ଅର୍ଥିକ ସ୍ବଚ୍ଛଳ କରିପାରିଥିଲା।

ପରବର୍ତ୍ତୀ ସମୟରେ ପରିଚାଳନାଗତ ସମସ୍ୟା ଯୋଗୁଁ ଏହା ବନ୍ଦ ହୋଇଗଲା। ତେଣୁ ଏଠାରେ ଏକ ନୂଆ ଚିନିକଳ ପ୍ରତିଷ୍ଠା ହେଲେ ଆଖୁଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିବ। ଚିନି ଉତ୍ପାଦନ ସହ ଗୁଡ଼ ଓ ଇଥାନଲ ଭଳି ଅନ୍ୟାନ୍ୟ ପ୍ରକଳ୍ପ ପ୍ରତିଷ୍ଠାରେ ମଧ୍ୟ ଏହା ସହାୟକ ହେବ।

You might also like