ନୂଆ NAC ଘୋଷଣା ନେଇ ଅସନ୍ତୁଷ୍ଟ ବିଜେଡି

ରାଜ୍ୟ କାହାଣୀ (ଭୁବନେଶ୍ୱର )ଦଳୀୟ ଭିତ୍ତିରେ ହୋଇଛି NAC ଚୟନ। ପୂର୍ବ ସରକାର ଘୋଷଣା କରିଥିବା ତାଲିକାକୁ ଜାଣିଶୁଣି ୪୨କୁ ଦିଆଯାଇଛି ବାଦ। ନୂଆ NAC ଘୋଷଣା ନେଇ ଏଭଳି କହିଛି ବିଜେଡି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୬ଟି ଏନ୍‌ଏସି ଘୋଷଣା କରିଥିଲେ । ଜନସଂଖ୍ୟା ସହ ଯେଉଁ ପାରାମିଟର ରହିଛି ସେହି ଆଧାରରେ ଘୋଷଣା କରିଥିଲେ ନବୀନ । ଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ ଘୋଷଣା କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସରକାର ଯେଉଁ ଘୋଷଣା କରିଛନ୍ତି ୧୬ ଜିଲ୍ଲାର ୪୨ଟି ଏନ୍‌ଏସି ବାଦ ପଡ଼ିଛି । ଏବେ ସରକାର ଯେଉଁ ୨୮ଟି ଘୋଷଣା କରିଛନ୍ତି ସେଥିରେ ପୂର୍ବ ଘୋଷଣାର ମାତ୍ର ୧୨ଟି ଏନ୍‌ଏସି ସ୍ଥାନ ପାଇଛି । ପୂର୍ବରୁ ଘୋଷଣା ହୋଇଥିବା ୪୨ଟି ଏନ୍‌ଏସିକୁ ତୁରନ୍ତ ସରକାର ବିଚାରକୁ ନିଅନ୍ତୁ । ଏହା ସହ ପୁନଃ ଘୋଷଣା ହୋଇଥିବା ସମସ୍ତ ଏନ୍‌ଏସିର ତୁରନ୍ତ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଁ ବିଜେଡି ଦାବି କରିଛି ।ଏହା ସହ କଣ୍ଟାବାଞ୍ଜିକୁ NACରୁ ମୁନିସିପାଲିଟି ପାଇଁ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ସରକାର ଏ ଦିଗରେ ପଦକ୍ଷେପ ନିଅନ୍ତୁ। ସରକାର ଏହା ନ କଲେ ବିଜେଡି ରାଜରାସ୍ତାକୁ ଆସିବାକୁ ବାଧ୍ୟହେବ ବୋଲି କହିଛି ବିଜେଡି।

You might also like