ନୂଆପଡା ଉପନିର୍ବାଚନରେ ଆସନ୍ତାକାଲି ସାଢେ ୫ରୁ ମକ ପୋଲ: ସିଇଓ

ରାଜ୍ୟକାହାଣୀ ( ଭୁବନେଶ୍ୱର )ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତାକାଲି ନଭେମ୍ବର ୧୧ (ମଙ୍ଗଳବାର) ଭୋଟ୍ ଗ୍ରହଣ କରାଯିବ। ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ମୋଟ୍ ୮ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ୧୪ ଜଣ ପ୍ରାର୍ଥୀ ଏହି ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ କାଲି ସାଢେ ୫ରୁ ମକ ପୋଲ ଆରମ୍ଭ ହେବ । ସୁନାବେଡାର ୮ଟି ବୁଥରେ ଅପରାହ୍ନ ୪ଟାରେ ସରିବ ମତଦାନ । ଅନ୍ୟ ବୁଥମାନଙ୍କରେ ଅପରାହ୍ମ ୫ଟା ଯାଏଁ ମତଦାନ । ସମୟ ସରିବା ପୂର୍ବରୁ ଯେଉଁମାନେ ଧାଡିରେ ଥିବେ ଭୋଟ ଦେଇପାରିବେ । ଇଭିଏମ ତ୍ରୁଟି ସାମ୍ନାକୁ ଆସିଲେ ସଙ୍ଗେ ସଙ୍ଗେ ରିଜର୍ଭ ରୁମରୁ ଆସିବେ ।ମାଓ ପ୍ରଭାବିତ ଅଞ୍ଚଳର ୮ଟି ସମ୍ବେଦନଶୀଳ ବୁଥ୍‌କୁ ଇଭିଏମ୍ ଓ ପୋଲିଂ ଅଧିକାରୀଙ୍କୁ ନେବା ପାଇଁ ଏକ ଭାରତୀୟ ବାୟୁସେନା ହେଲିକପ୍ଟର ନିୟୋଜିତ କରାଯାଇଛି। ସମସ୍ତ ବୁଥ୍‌ରେ କେନ୍ଦ୍ରୀୟ ବଳ ସମେତ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ଭୋଟ୍ ଗଣନା ନଭେମ୍ବର ୧୪ ରେ କରାଯିବ।

You might also like