ନୂଆପଡାରେ ବିଜୟ ହେଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ରାଜ୍ୟକାହାଣୀ ( ଭୁବନେଶ୍ୱର )ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ମତଗଣନା ଶେଷ ହୋଇଛି। ୨୬ତମ ରାଉଣ୍ଡର ଭୋଟ୍‌ ଗଣତି ପରେ ତଥା ସଦ୍ୟତମ ସୂଚନା ଅନୁସାରେ ନୂ୍ଆପଡ଼ାରେ ଭାରତୀୟ ଜନତା ପାର୍ଟି (ବିଜେପି) ବାଜି ମାରିଛି। ଜୟ ‌ଢୋଲକିଆ ୧, ୨୩, ୮୬୯ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦,୧୨୧ ଖଣ୍ଡ ଭୋଟ୍‌ ମିଳିଛି। ଅର୍ଥାତ ଜୟ ଢୋଲକିଆ ୮୩,୭୪୮ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି।

You might also like