ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ

ରାଜ୍ୟ କାହାଣୀ (ଭୁବନେଶ୍ୱର )କୃଷିଭିତ୍ତିକ ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ କୃପା ଆପଣମାନଙ୍କ ଉପରେ ବର୍ଷୁ ଥାଉ ବୋଲି କହିଛନ୍ତି ନବୀନ । ଏହାସହ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ବୋଲି କାମନା କରିଛନ୍ତି । ଡାକ୍ତରଖାନାରୁ ସୁସ୍ଥ ହୋଇଫେରିବା ପରେ ପ୍ରଥମ ଭିଡିଓ ବାର୍ତ୍ତାରେ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ।

You might also like