ନୀଳଗିରି ରେ ମଧ୍ୟାହ୍ନ ଭୋଜନ ଚାଲିଛି ମନ ଇଚ୍ଛା ଲୁଟ !ପିଏମ ପୋଷଣ ପୋର୍ଟାଲ ରେ ମଧ୍ୟାହ୍ନ ଭୋଜନ ତଥ୍ୟ ପ୍ରଦାନରେ ବିଳମ୍ବ କାହା ସ୍ୱାର୍ଥରେ

ନୀଳଗିରି,( ରାଜ୍ୟ କାହାଣୀ):ଏବେ ନୀଳଗିରି ଅଞ୍ଚଳରେ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟତ୍ରୀ ପିଲାଙ୍କ ମଧ୍ୟାହ୍ନ ଭୋଜନ ହଡପ କରିବାର ନୂଆ ନୂଆ ତରିକା ଆପଣେଇଛନ୍ତି ।ଯେଭଳି ବିଲେଇ ଆଖିବୁଜି କ୍ଷୀର ପିଉଥିବା ଭଳି ନୀତି ମନେହୁଏ , ଯାହା ଦ୍ଵାରା କେହି କିଛି ଜାଣି ପାରିବେ ନାହିଁ । କିନ୍ତୁ କ୍ୟାମେରା ସବୁ ଦେଖୁଛି ଭଳି
ଏଥିରେ ଟପ ଟୁ ବଟମ ପର୍ଯ୍ୟନ୍ତ ସବୁ ସଲାସୁତୁରା ହୋଇ ଏଭଳି ନ୍ୟସ୍ଥ ସ୍ୱାର୍ଥ କାର୍ଯ୍ୟ କରୁଥିବାର ନଗ୍ନ ଚିତ୍ର ନୀଳଗିରି ରେ ଦେଖିବାକୁ ମିଳିଛି ।ସୂଚନା ଯୋଗ୍ୟ ନୀଳଗିରି ବ୍ଳକ ରେ ମଧ୍ୟାହ୍ନ ଭୋଜନ ହଡପ ଘଟଣା ପୃଷ୍ଠା ମଣ୍ଡନ କରିଥିଲା ବେଳେ ଏଭଳି କାର୍ଯ୍ୟପାଇଁ ଆଗରୁ ଶିଖୟତ୍ରୀନୀଳମ୍ବିତ ମଧ୍ୟ ହୋଇଛନ୍ତି । ତାପରେ ମଧ୍ୟାହ୍ନ ଭୋଜନକୁ ରାଧେ ରାଧେ ନୀତିରେ ଚଳୁ କରିବା ପାଇଁ ଏବେ
ନୂଆ ତରିକା ଆପଣେଇଥିବା ସାମ୍ନାକୁ ଆସିଛି ।ତଥ୍ୟ ମୁତାବକ ନୀଳଗିରି ବ୍ଳକ ରେ ୧୭୮ ବିଦ୍ୟାଳୟ ଥିବାବେଳେ ୧୭ହଜାର ୬ ଜଣ ଅଧ୍ୟୟନରତ ଛାତ୍ର ଛାତ୍ରୀ ଅଛନ୍ତି । ଚଳିତ ଅକ୍ଟୋବର ମାସ ୨ ତାରିଖ ଗୁରୁବାର ଦିନ ୧୭୮ ବିଦ୍ୟାଳୟରୁ ୧୨୪ ଗୋଟି ବିଦ୍ୟାଳୟ ଏମଡିଏମ ର ରିପୋର୍ଟ କରିଥିବା ବେଳେ ୫୪ ବିଦ୍ୟାଳୟ ଏଥିରେ ଅବହେଳା କରି ରିପୋର୍ଟ କରି ନଥିଲେ । ଠିକ ସେହି ଭଳି
୧୧ ତାରିଖ ଶନିବାର ଦିନ
୫୨ ବିଦ୍ୟାଳୟ ଏମଡିଏମ ର ରିପୋର୍ଟ କରିଥିବା ବେଳେ ୧୨୬ ବିଦ୍ୟାଳୟ ଅଦ୍ୟାବଧି ଏମଡିଏମ ରିପୋର୍ଟ କରିନଥିବା ପିଏମ ପୋଷଣ ପୋର୍ଟାଲ ରେ ଦେଖା ଯାଇଛି । ତେବେ ଏନେଇ ଉପରିସ୍ଥ ଅଧିକାରୀ ଦୃଢ କାର୍ଯ୍ୟାନୁଷ୍ଠାନ ନେଇନଥିବା ସଭିଙ୍କୁ ହତଵାକ କରିଛି । ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ରାଧେ ରାଧେ ନୀତିରେ
ଏମଡିଏମ ଚୋରିକରିବାର ଆଉ ଏକ ଗଳା ବାଟ ଆପଣା ଯାଇଛି । ସେଇଥିପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ବୁଦ୍ଧିଜୀବି ମହଲରେ ଜୋର ଚର୍ଚ୍ଚା ଧରିଛି ।ତୁରନ୍ତ ଜିଲ୍ଲାପାଳ ହସ୍ତକ୍ଷେପ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହେଉଛି ।ଘଟଣା ସମ୍ପର୍କରେ ଏବିଓ ଲମ୍ବୋଧର ସିଂ ପଚାରିବାରୁ ସେ କହିଲେ ୧୧ତାରିଖରେ ସରବରାହ ଡାଉନ ଥିବାରୁ ଶିକ୍ଷକ ପକାଇ ପାରି ନ ଥିଲେ,୨ତାରିଖରେ ଦିନ କଣ ପାଇଁ ପକାଯାଇ ନାହିଁ, ସେ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି।

You might also like