ନୀଳଗିରି ଭିଟାମାଟି ଓ ଜୀବନ ଜୀବିକା ସୁରକ୍ଷାମଞ୍ଚ ତରଫରୁ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର।

ନୀଳଗିରି -କୁଳଡିହା ଅଭୟାରଣ୍ୟର ଇକୋସେନ୍ସେଟିଭ୍ ଜୋନ ରୁ ଜନବସତିକୁ ବାଦଦେବାକୁ ନେଇ ଆଜି ନୀଳଗିରି ଭିଟାମାଟି ଓ ଜୀବନଜୀବିକା ସୁରକ୍ଷାମଞ୍ଚ ତରଫରୁ ଏକ ପ୍ରତିନିଧିମଣ୍ଡଳୀ ଉପଜିଲ୍ଲାପାଳନଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ।ସୂଚନାଯୋଗ୍ୟ, କୁଳଡିହା ଅଭୟାରଣ୍ୟର ସୀମା ନିର୍ଦ୍ଧାରଣପାଇଁ ମାନ୍ୟବର ଉଚ୍ଚନ୍ୟାୟାଳୟ ଓଡିଶାଙ୍କ ପାଖରେ ଏକ ମାମଲା ବିଚାରାଧୀନ ରହିଛି। ଓଡ଼ିଶାର ମାନ୍ୟବର ଉଚ୍ଚନ୍ୟାୟାଳୟ ୧୯୨୦ ମସିହା ଜାନୁଆରୀ ୬ତାରିଖରେ ଦରଖାସ୍ତକାରୀଙ୍କୁ ଚାରିସପ୍ତାହ ମଧ୍ୟରେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଦେବାପାଇଁ ଆଦେଶ ଦେଇଥିଲେ। ଦରଖାସ୍ତକାରୀ ୨୦୨୦ ଫେବୃଆରୀ ମାସ ୧ ତାରିଖ ବାଲେଶ୍ୱର ଜିଲ୍ଲାପାଳଙ୍କ ଠାରେ ନିଜର ଅଭିଯୋଗ ଦାଖଲ କରିଥିଲେ। ମାନ୍ୟବର ଉଚ୍ଚନ୍ୟାୟାଳୟ କୁଲଡିହା ଅଭୟାରଣ୍ୟ ଭିତରେ ଜନବସତି, ସରକାରୀ ଅନୁଷ୍ଠାନ ଓ ସାମାଜିକ ଅନୁଷ୍ଠାନକୁ ବାଦଦେଇ ସୀମା ନିର୍ଦ୍ଧାରଣ କରିବାପାଇଁ ବାଲେଶ୍ବର ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନସୁଦ୍ଧା ମାନ୍ୟବର ଉଚ୍ଚନ୍ୟାୟାଳୟ ,ଓଡିଶାଙ୍କ ଆଦେଶ ଅନୁସାରେ କୁଲଡିହା ଅଭୟାରଣ୍ୟର ସୀମା ନିର୍ଦ୍ଧାରଣ ହୋଇନାହିଁ।ତେବେ ଏଠାରେ, ଇକୋ ସେନ୍ସିଟିଭ ଜୋନ ର ପ୍ରଶ୍ନ ଆସିଲା କେଉଁଠି ବୋଲି ଦାବୀପତ୍ର ପ୍ରଦାନକାରୀ ତାଙ୍କ ପତ୍ରରେ ପ୍ରଶ୍ନ କରିଛନ୍ତି।କିନ୍ତୁ ସରକାରଙ୍କ ତରଫରୁ ବାରମ୍ବାର ନୋଟିସ ଲଗାଇବା ଫଳରେ ଶାନ୍ତିକାମି ନିରୀହ,ଗରିବ ଓ ଆଦିବାସୀ ମାନଙ୍କ ମଧ୍ୟରେ ଭୟ, ଅସନ୍ତୋଷ ଓ ବିଦ୍ୱେଷ ଭାବ ସୃଷ୍ଟି କରାଯାଉଛି ।ଏଥିରୁ ପ୍ରଶାସନ କ୍ଷାନ୍ତ ରହିବାକୁ ଅନୁରୋଧ କରାଯାଇଛି। ଆଜି ଭିଟାମାଟି ଓ ଜୀବନଜୀବିକା ସୁରକ୍ଷାମଞ୍ଚର ଆବାହକ ଶ୍ରୀ ବିଜୟ କୁମାର ପାତ୍ରଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳ ନୀଳଗିରିଙ୍କୁ ଇକୋ ସେନ୍ସିଟିଭ ଜୋନ କୁ ଜନବସତିରୁ ବାଦ ଦେବାପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି। ପ୍ରତିନିଧି ଦଳରେ ପୂର୍ବତନ ସରପଞ୍ଚ ଯୋଗାନନ୍ଦ ଦାଶ ,ରଘୁନାଥ ସିଂ, ଜଗନ୍ନାଥ ସିଂ ,ଯାମିନୀ ହାଁସଦା, ଅଶୋକ ଦାସ, ପ୍ରତାପ ଚନ୍ଦ୍ର ସାଇବାବୁ, ଲକ୍ଷ୍ମୀଧର ସାହୁ, ପୁରୁଷୋତ୍ତମ ଖଣ୍ଡେଇ, ଗଜେନ୍ଦ୍ର ସିଂ , ଅମରେନ୍ଦ୍ର ନାୟକ, କାହ୍ନୁ ସିଂ, ସୂର୍ଯ୍ୟ ସିଂ, ସତ୍ୟଜିତ ଦାସ ପ୍ରମୁଖ ଉପସ୍ଥିତଥିଲେ।ସରକାର ଏବାବଦରେ କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ମଞ୍ଚପକ୍ଷରୁ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଜେଲଭରୋ ଆନ୍ଦୋଳନ କରାଯିବବୋଲି ଚେତାବନୀ ଦିଆଯାଇଛି।[11/11, 8:10 pm] Gangadhar Mishra Nilagiri: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଶାଳ ଏକତା ପଦଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ।ନୀଳଗିରି-୧୧/୧୧(ଗଙ୍ଗାଧର ମିଶ୍ର)ଆସନ୍ତା ୧୩ତାରିଖ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ଉପଲକ୍ଷେ ସମଗ୍ର ଭାରତବର୍ଷରେ ଏକତା ପଦଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ବାଲେଶ୍ୱର ସଂସଦୀୟକ୍ଷେତ୍ରରେ ୩ଟି ସ୍ଥାନରେ ଏହି ପଦଯାତ୍ରା ଅନୁଷ୍ଠିତ ହେବ। ନୀଳଗିରି ଗଡଜାତ ସ୍ଵାଧୀନଭାରତରେ ପ୍ରଥମେ ମିଶ୍ରଣହୋଇ ଏକ ଉଦାହରଣ ପାଲଟିଥିବା ବେଳେ ଅନ୍ୟ ଗଡଜାତ ମାନଙ୍କ ପାଇଁ ପଥପ୍ରଦର୍ଶକ ସାଜିଥିଲା। ତେଣୁ ଏଭଳି ମହାନମାଟିରୁ ପ୍ରଥମେ ଏକତାପଦଯାତ୍ରା ଆରମ୍ଭ କରିବାକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୩ତାରିଖ ହେଲିକପ୍ଟର ସାହାଯ୍ୟରେ ଆସି ସକାଳ ୮ଟା ସମୟରେ ଏହି ଏକତାପଦଯାତ୍ରାର ଶୁଭାରମ୍ଭ କରିବେ। ଏନେଇ ବାଲେଶ୍ୱର ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶପାଇଥିବା ବେଳେ ଆଜି ନୀଳଗିରି ଡାକବଙ୍ଗଳା ଠାରେ ବାଲେଶ୍ୱର ସାଂସଦଙ୍କ ଉପସ୍ଥିତିରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଏବଂ ଅନ୍ୟଜିଲ୍ଲାସ୍ତରୀୟ ଉଚ୍ଚପଦାଧିକାରୀ ଏବଂ ଉପଖଣ୍ଡ ପ୍ରଶାସନର ଅଧିକାରୀମାନେ ଉପସ୍ଥିତରହି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବାପାଇଁ ସମସ୍ତ ବ୍ୟବସ୍ଥାର ତର୍ଜମା କରିଥିଲେ। ଏହି ପଦଯାତ୍ରା ନୀଳଗିରି ଠାରୁ ଆରମ୍ଭହୋଇ ମିତ୍ରପୁର ପର୍ଯ୍ୟନ୍ତ ଯିବ। ତେବେ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ସଂସ୍କୃତି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ପ୍ରତାପଚନ୍ଦ୍ର ଷଡଙ୍ଗୀ, ସ୍ଥାନୀୟ ବିଧାୟକ ସନ୍ତୋଷ କୁମାର ଖଟୁଆ, ସଦର ବିଧାୟକ ମାନସ ଦତ୍ତ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ବଡ଼ସାହି ବିଧାୟକ ସନାତନ ବିଜୁଳି ପ୍ରମୁଖ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ପଦଯାତ୍ରାରେ ବହୁ ସଂଖ୍ୟକ ବୁଦ୍ଧିଜୀବୀ, ବିଦ୍ୟାଳୟ, ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକଗୋଷ୍ଠୀ, ସାଧାରଣ ଜନତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

You might also like