ନବ ଦାସ ହତ୍ୟା ମାମଲାର ଖୁବ୍‌ଶୀଘ୍ର ଖୁଲାସା ହେବ : ଆଇନ ମନ୍ତ୍ରୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ନବ ଦାସ ହତ୍ୟା ମାମଲାର ଖୁବ୍‌ଶୀଘ୍ର ଖୁଲାସା ହେବ କହିଲେ ଆଇନ ମନ୍ତ୍ରୀ । ଦୀପାଳି ଦାସଙ୍କ ବୟାନ ଉପରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଦୀପାଳିଙ୍କ ମନ୍ତବ୍ୟ ଗଣମାଧ୍ୟମରେ ଦେଖିଲି ଆଇନ ମନ୍ତ୍ରୀ। ପରିବାର ଲୋକଙ୍କ ସନ୍ଦେହକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି ।ମାମଲାର ସତ୍ୟତା, ଷଡ଼ଯନ୍ତ୍ର ଓ ସମ୍ପୃକ୍ତି ନେଇ ଆମୂଳଚୂଳ ତଦନ୍ତ ହେବ’ |ସୂଚନାମୁତାବକ ୨୯ ଜାନୁଆରୀ ଗୁରୁବାର ନବଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ସଭା ଝାରସୁଗୁଡା ବେହେରାମାଲ ସ୍ଥିତ ନବଦାସ ଅଡ଼ିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ତ୍ର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ଯୋଗ ଦେଇଥିଲେ। ତେବେ ଶ୍ରଦ୍ଧାଞ୍ଜଳି ସଭାରେ ଦୀପାଳି କହିଛନ୍ତି, ଘଟଣା ଦିନ ବାପାଙ୍କର ଏକ ମିସ କଲ ୧୨ଟା ୨୭ ମିନିଟରେ ଆସିଥିଲା। ହେଲେ ପୋଲିସ FIRରେ ୧୨ଟା ୧୫ରେ ହତ୍ୟାକାଣ୍ଡ ଘଟିଥିବା ଉଲ୍ଲେଖ ରହିଛି। ଯାହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି। ଦୀପାଳି ଆହୁରି ମଧ୍ୟ କହିଛନ୍ତି, ହତ୍ୟା ଘଟଣାରେ ତଦନ୍ତ ପାଇଁ ଆମ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛୁ। କିନ୍ତୁ ଆଜି ଏହି ପ୍ରଶ୍ନର ଉତ୍ତର ଦେବା ମୋ ପାଇଁ ଉପଯୁକ୍ତ ସ୍ଥାନ ନୁହେଁ ବୋଲି ଦୀପାଳି କହିଛନ୍ତି।

You might also like