ଦୁର୍ଘଟଣା ପୂର୍ବରୁ ପାଇଲଟ୍ ସମ୍ଭାବୀ ପାଠକଙ୍କ ଶେଷ ଶବ୍ଦ ଥିଲା, ‘ଓଃ ସିଟ୍

ଏକ ଦୁଖଦଃ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ମୃତକ ୫ ଜଣଙ୍କ ମଧ୍ୟରେ ବିମାନର କୋ-ପାଇଲଟ୍ ଶାମ୍ଭବୀ ପାଠକ ମଧ୍ୟ ରହିଛନ୍ତି।ବିମାନର ମୁଖ୍ୟ ପାଇଲଟ୍ ସୁମିତ କପୁର ଦୁର୍ଘଟଣା ପୂର୍ବରୁ ମେଡେ କଲ୍ କରିନଥିଲେ । କିନ୍ତୁ ତାଙ୍କ ସହିତ ଥିବା କ୍ୟାପ୍ଟେନ୍ ସମ୍ଭାବୀ ପାଠକ କହିଥିଲେ, ‘ଓଃ ସିଟ୍… ଓଃ ସିଟ୍’ । ଏହି ସୂଚନା ବାରମତିର ଏକ ଫ୍ଲାଇଂ ସ୍କୁଲର ଜଣେ ବ୍ୟକ୍ତି ଜାତୀୟ ଗଣମାଧ୍ୟମକୁ ଦେଇଛନ୍ତି ।ପ୍ରଥମ ଅବତରଣ ପ୍ରୟାସ ବିଫଳ ହୋଇଥିଲା । ସକାଳର କୁହୁଡ଼ି ଯୋଗୁଁ ଭିଜିବିଲିଟି ହ୍ରାସ ପାଇଥିଲା। ପାଇଲଟ୍ ବାରମତି ବିମାନବନ୍ଦରର ରନୱେ ୧୧ରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ସେମାନେ ରନୱେ ଦେଖିପାରି ନଥିଲେ । ଦୁଇ ପାଇଲଟ୍ ବିମାନକୁ ପୁଣି ଉପରକୁ ନେଇ ଯାଇଥିଲେ । ପାଇଲଟ୍ ପୁଣି ଥରେ ଅବତରଣ ଲାଗି କ୍ଲିୟରାନ୍ସ ନିଶ୍ଚିତ କରିନଥିଲେ ।ବିମାନଟି ଦ୍ୱିତୀୟ ଥର ପାଇଁ ରନୱେ ପାଖକୁ ଆସିବା ଆରମ୍ଭ କରିଥିଲା। ପାଇଲଟ୍ ରିପୋର୍ଟ କରିଥିଲେ ଯେ, ରନୱେ ଏବେ ଦୃଶ୍ୟମାନ ହେଉଛି। ତା’ପରେ ବିମାନକୁ ଅବତରଣ ଅନୁମତି ଦିଆଯାଇଥିଲା । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାଇଲଟ୍ ରିଏକ୍ସନ ଦେଇନଥିଲେ । ଅର୍ଥାତ୍ ସେ ଅବତରଣ ଲାଗି କ୍ଲିୟରାନ୍ସ ନିଶ୍ଚିତ କରିନଥିଲେ।

ଦ୍ୱିତୀୟ ଥର ପାଇଁ ରନୱେ ଛୁଇଁବା ପୂର୍ବରୁ ବିମାନଟି ଓଲଟି ପଡ଼ିଥିଲା । ପ୍ରାୟ ସକାଳ ୮.୪୩ରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ବିମାନଟି ଏହାର ସ୍ଥାନ ଏବଂ ଗତି ସୂଚାଉଥିବା ସଙ୍କେତ ପଠାଇବା ବନ୍ଦ କରିଦେଇଥିଲା। ଭୂମି ଛୁଇଁବା ପୂର୍ବରୁ ଏହା ଓଲଟି ପଡ଼ିଥିଲା ଏବଂ ରନୱେରୁ ୧୦୦ ମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।କିଏ ଏହି ଶାମ୍ଭବୀ ପାଠକ?ଦିଲ୍ଲୀର ଭିଏସଆର ଭେଞ୍ଚର୍ସରେ କାର୍ଯ୍ୟରତ ଶାମ୍ଭବୀ ଜଣେ ଦକ୍ଷ ପାଇଲଟ୍ ଥିଲେ। ସେ ଏୟାରଫୋର୍ସ ବାଲ ଭାରତୀ ସ୍କୁଲରୁ ଶିକ୍ଷା ସମାପ୍ତ କରିବା ପରେ ନ୍ୟୁଜିଲ୍ୟାଣ୍ଡରୁ କମର୍ସିଆଲ୍ ପାଇଲଟ୍ ଟ୍ରେନିଂ ନେଇଥିଲେ। ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ସେ ଏରୋନଟିକ୍ସରେ ବିଏସସି ଡିଗ୍ରୀ ହାସଲ କରିଥିଲେ। ପରେ ମଧ୍ୟପ୍ରଦେଶ ଫ୍ଲାଇଙ୍ଗ୍ କ୍ଲବରେ ଆସିଷ୍ଟାଣ୍ଟ ଇନଷ୍ଟ୍ରକ୍ଟର ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ସେ DGCA ରୁ Frozen ATPL ଏବଂ ସ୍ପାଇସଜେଟ୍‌ରୁ ଏଭିଏସନ୍ ସିକ୍ୟୁରିଟି (AVSEC) ସାର୍ଟିଫିକେଟ୍ ପ୍ରାପ୍ତ କରିଥିଲେ।

You might also like