ଦିଲ୍ଲୀ ବିସ୍ଫୋରଣ ନେଇ ପ୍ରତିରକ୍ଷା ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦିଲ୍ଲୀ ବିସ୍ଫୋରଣ ମାମଲା ସମ୍ପର୍କରେ ଏକ ବଡ଼ ବୟାନ ଜାରି କରିଛନ୍ତି। ସେ କହିଛନ୍ତି, “ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ୱାରା ତଦନ୍ତ ଚାଲିଛି। ତଦନ୍ତର ବିବରଣୀ ଖୁବ୍ ଶୀଘ୍ର ସାର୍ବଜନୀନ କରାଯିବ। ବିସ୍ଫୋରଣ ପାଇଁ ଦାୟୀଙ୍କୁ ଛଡ଼ାଯିବ ନାହିଁ। ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳିବ।” ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଷଡଯନ୍ତ୍ର ପଛରେ ଯେଉଁମାନେ ଅଛନ୍ତି, ସେମାନଙ୍କୁ ଛଡାଯିବନି। କାଲିର ଘଟଣା ପୁରା ଦେଶକୁ ବ୍ୟଥିତ କରିଛି। ପୀଡିତ ପରିବାରର ଦୁଃଖ ମୁଁ ବୁଝିପାରୁଛି, ପୁରା ଦେଶ ସେମାନଙ୍କ ସହ ଅଛି। ସାରା ରାତି ଅଧିକାରୀ ଓ ବିଭିନ୍ନ ଏଜେନ୍ସୀ ସହ ଯୋଗାଯୋଗରେ ଥିଲି। ଷଡଯନ୍ତ୍ରର ମୂଳ ପର୍ଯ୍ୟନ୍ତ ଯିବୁ , କାହାକୁ ଛଡାଯିବନି।

You might also like