ଦିଲ୍ଲୀରେ ୩ଦିନ ରହିଲେ ଆଲର୍ଜି ହୋଇଯାଉଛି- ନୀତୀନ ଗଡକରୀ

ଦିଲ୍ଲୀ ପ୍ରଦୂଷଣକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ହେଉଛି । ଦିଲ୍ଲୀର ବାୟୁ ଲୋକଙ୍କ ପାଇଁ ରୋଗର ଗନ୍ତାଘର ପାଲଟିଗଲାଣି । ସ୍ଥିତି ଏମିତି ହେଲାଣି ଯେ ଦିଲ୍ଲୀରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି । ତେବେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି, ଦିଲ୍ଲୀରେ ୩ ଦିନ ରହିଲେ ଆଲର୍ଜି ହୋଇଯାଉଛି ।କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସ୍ୱୀକାର କରିଛନ୍ତି ଯେ ଯାନବାହାନରୁ ନିର୍ଗତ ଧୂଆଁ ପାଇଁ ୪୦% ପ୍ରଦୂଷଣ ହୋଇଛି । ଏହାସହ ପ୍ରତିବର୍ଷ ଜୀବାଶ୍ମ ଇନ୍ଧନ ଆମଦାନୀ ଉପରେ ୨୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାର ଯୁକ୍ତି ଉପରେ ପ୍ରଶ୍ନ ଉଠାଇ ବିକଳ୍ପ ଏବଂ ଜୈବ ଇନ୍ଧନରେ ଅଧିକ ଆତ୍ମନିର୍ଭରଶୀଳତା ପାଇଁ ଆହ୍ୱାନ ଦେଇଛନ୍ତି ।ଗଡକରୀ ପଚାରିଥିଲେ ଯେ, “ଏହା କି ପ୍ରକାରର ରାଷ୍ଟ୍ରବାଦ? ଜୀବାଶ୍ମ ଇନ୍ଧନ ସୀମିତ, ଏବଂ ପ୍ରଦୂଷଣ ବଢ଼ୁଛି। ଆମେ କ’ଣ ଆମର ଜୀବାଶ୍ମ ଇନ୍ଧନର ବ୍ୟବହାର ହ୍ରାସ କରିପାରିବା ନାହିଁ? ଭାରତ ବାର୍ଷିକ ପ୍ରାୟ ୨.୨ ନିୟୁତ ଟଙ୍କା ଜୀବାଶ୍ମ ଇନ୍ଧନ ପାଇଁ ଖର୍ଚ୍ଚ କରେ। ଆମେ କାହିଁକି ବୈଦ୍ୟୁତିକ ଯାନବାହନ ଏବଂ ହାଇଡ୍ରୋଜେନ ଚାଳିତ ଯାନବାହନକୁ ପ୍ରୋତ୍ସାହିତ କରୁ ନାହେଁ, ଯାହାଦ୍ବାରା ପ୍ରଦୂଷଣ ହୁଏ ନାହିଁ।” ଆଜି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ, ITO ଅଞ୍ଚଳ ଚାରିପାଖରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୭୪ ରେ ରେକର୍ଡ କରାଯାଇଥିଲା, ଯାହାକୁ ‘ଅତ୍ୟନ୍ତ ଖରାପ’ ଭାବରେ ବର୍ଗୀକୃତ କରାଯାଇଛି ।

You might also like