ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ  ୩ରେ ଭୋଟ୍ ଭିକ୍ଷା କରିବେ ନବୀନ 

ରାଜ୍ୟ କାହାଣୀ (ଭୁବନେଶ୍ଵର)ନୂଆପଡ଼ାର ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ନଭେମ୍ବର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ନବୀନ ନୂଆପଡ଼ା ଯାଇ ବିଜେଡିର ପ୍ରଚାର ମଙ୍ଗ ଧରିବେ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ସେ ୩ରେ ଭୋଟ୍ ଭିକ୍ଷା କରିବେ। ଦଳର ବରିଷ୍ଠ ଓ ଯୁବ ନେତାମାନେ ନୂଆପଡ଼ାରେ ଡେରା ପକାଇଛନ୍ତି । ନବୀନ ମଇଦାନକୁ ଓହ୍ଲାଇବା ପରେ କର୍ମୀଙ୍କ ଭିତରେ ଉତ୍ସାହ ଆହୁରି ବଢ଼ିବ ବୋଲି ଦଳୀୟ ନେତାମାନେ ଆଶା ବାନ୍ଧିଛନ୍ତି। ତେବେ ଏହି ସମୟରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନିଜକୁ କିଙ୍ଗ୍ ମେକର୍ ବୋଲି କହିଛନ୍ତି ।ମୋର ୪୧ ବର୍ଷର ଅଭିଜ୍ଞତା ରହିଛି । ମୋ ସମୟର ନେତା ରାଜେନ୍ଦ୍ର ଢୋଲକିଆ ଓ ବସନ୍ତ ପଣ୍ଡା । ସେମାନେ ଜିତିଛନ୍ତି । ଅନ୍ୟ ପ୍ରାର୍ଥୀଙ୍କ ଅଭିଜ୍ଞତା ନାହିଁ । ଦୁଇ ଦଳର ପ୍ରାର୍ଥୀ ଆମଦାନୀ । ମୁଁ ଜଣେ ଶିକ୍ଷିତ ପ୍ରାର୍ଥୀ । ମୁଁ ସବୁଠାରୁ ଶ୍ରେଷ୍ଠ ପ୍ରାର୍ଥୀ । ମୁଁ ସବୁ ପରୀକ୍ଷାରେ ତାଙ୍କଠାରୁ ଆଗରେ । କିଙ୍ଗ୍ ମେକର୍‌ର ଅଧିକ ବୁଦ୍ଧି ଥାଏ ।

You might also like