ଥାର୍‌ କିଣା ଓ ମୋଡିଫିକେସନ୍‌ ର ହେବ ଅଡିଟ୍‌- ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ଜଙ୍ଗଲ ବିଭାଗର ‘ଥାର୍‌’ କିଣା ଓ ମୋଡିଫିକେସନର ହେବ ସ୍ୱତନ୍ତ୍ର ଅଡିଟ୍‌ । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ସୂଚନା ଦେଇଛନ୍ତି । ପିସିସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଅଡିଟ୍‌ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । । ୭ କୋଟି ଟଙ୍କାରେ ୫୧ଟି ଥାର କିଣିଥିଲା ଜଙ୍ଗଲ ବିଭାଗ । ହେଲେ ମୋଡିଫିକେସନରେ ଖର୍ଚ୍ଚ ହୋଇଥିଲା ୫ କୋଟି ଟଙ୍କା ।ଏପିରିକି ବିଧାନସଭାର ଶୀତ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା । ସେତେବେଳେ ଏହି ପ୍ରସଙ୍ଗ ଉପରେ ସବିଶେଷ ତଥ୍ୟ ଦେଇଥିଲେ ବିଭାଗୀୟ ମନ୍ତ୍ରୀ ଗଣେଷରାମ ସିଂହ ଖୁଣ୍ଟିଆ । କେଉଁ ବାବଦକୁ ଆଉ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା । ପୁରା ବିଧାନସଭାକୁ ଜଣାଇଥିଲେ ମନ୍ତ୍ରୀ । ଆଉ ଏବେ ମନ୍ତ୍ରୀ ଗଣେଷରାମ ସିଂହ ଖୁଣ୍ଟିଆ ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି ।

You might also like