ଝଡ ବର୍ଷା ନେଇ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର(ରାଜ୍ୟ କାହାଣୀ)ଆଜି ଝଡ ବର୍ଷା ନେଇ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜରେ ବିଜୁଳି ଘଡଘଡି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।  ତେବେ ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ଅଧିକ ମୌସୁମୀ ବର୍ଷା ହୋଇଛି। ଏଲ୍ ନିନୋ ବର୍ଷ ହେଲେ ବି ସ୍ୱାଭାବିକ ଠୁ କମ୍ ବର୍ଷା ହେବା ଆବଶ୍ୟକ ନୁହେଁ। ଏନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର ।୧୦ ଓ ୧୧ ତାରିଖରେ ବି ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୬୦.୮ ମିମି ବର୍ଷା ହୋଇଛି । ସମ୍ବଲପୁରରେ ୫୮.୮, ବରଗଡ଼ରେ ୫୨.୪, ସୁନ୍ଦରଗଡ଼ରେ ୫୦.୬, ନୂଆପଡ଼ାରେ ୪୭ ଓ ଦେବଗଡ଼ରେ ୩୦.୨ ମିମି ବର୍ଷା ହୋଇଛି । ମହାନଦୀର ନରାଜଠାରେ ଜଳସ୍ତର ବଢୁଛି । ଏଠାରେ ବିପଦସଙ୍କେତ ସ୍ତର ୨୬.୪୧ ମିଟର ଥିବାବେଳେ ବର୍ତ୍ତମାନର ଜଳସ୍ତର ୨୪.୬୫ ମିଟର ରହିଛି ।

You might also like