ଘୁଞ୍ଚିଲା କମ୍ବାଇଣ୍ଡ ପୋଲିସ ସର୍ଭିସ ଏକ୍ଜାମିନେଶନ

ସିପିଏସଇ-୨୦୨୪ର ତୃତୀୟ ପେପର ପରୀକ୍ଷା ସୂଚୀ ବଦଳିଲା । ସିପିଏସଇ- କମ୍ବାଇଣ୍ଡ ପୋଲିସ ସର୍ଭିସ ଏକଜାମିନେସନ ଅକ୍ଟୋବର ୪ର ତୃତୀୟ ପେପର ପରୀକ୍ଷା ଅକ୍ଟୋବର ୬କୁ ଘୁଞ୍ଚିଲା । ତୃତୀୟ ପେପର ଫିଜିକ୍ସ, କେମିଷ୍ଟ୍ରି ପରୀକ୍ଷା ଅକ୍ଟୋବର ୬ରେ ହେବ ।ଅକ୍ଟୋବର ୬ ତାରିଖ ଦିନ ୧୦ଟାରୁ ଅପରାହ୍ନ ୧ଟା ଭିତରେ ହେବ। ପୂଜା ଭସାଣିକୁ ଦୃଷ୍ଟିରେ ରଖି ପରୀକ୍ଷା ସୂଚୀ ପରିବର୍ତ୍ତନ ନେଇ OPRB ସୂଚନା ଦେଇଛି। ମାତ୍ର ଅକ୍ଟୋବର ୫ର ଦୁଇଟି ପେପର ପରୀକ୍ଷା ପୂର୍ବ ସୂଚୀରେ ହେବ ବୋଲି ବିଜ୍ଞପ୍ତି ଜାରି ହୋଇଛି।

You might also like