ଖୁବଶୀଘ୍ର ଶ୍ରୀଗୁଣ୍ଡିଚା ଦର୍ଶନ : ୧୦ଟଙ୍କା ଦେଲେ ଦର୍ଶନ
ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର । ଭକ୍ତଙ୍କ ଦର୍ଶନ ପାଇଁ ଖୁବଶୀଘ୍ର ସରିବ କାର୍ଯ୍ୟ ।ମନ୍ଦିର ସଂରକ୍ଷଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ ଆହୁରି କହିଛନ୍ତି ଯେ, ସର୍ବସାଧାରଣ ଦର୍ଶନ ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ଚଳିତ ମାସ ବସନ୍ତ ପଞ୍ଚମୀରୁ ଭକ୍ତଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିପାରେ । ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାର ପ୍ରଥମ ୩ ଦିନରେ ବିନା ଶୁଳ୍କରେ ଦର୍ଶନ କରିବେ ଭକ୍ତ । ପରେ ୧୦ଟଙ୍କା ଟିକଟ କାଟି ଦର୍ଶନ କରିବେ ଭକ୍ତ । ସେ ଆହୁରି କହିଛନ୍ତି ଯେ ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ରତ୍ନ ଅଳଙ୍କାର ଗଣତି ମଣତି ନେଇ ଆଲୋଚନା ହେବ । ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ପ୍ରସ୍ତୁତ ଏସଓପି ଉପରେ ଏହି ବୈଠକରେ ଆଲୋଚନା ହେବ ।