ଖୁବଶୀଘ୍ର ବଳଙ୍ଗା କେସ୍‌ର ହେବ ପର୍ଦ୍ଦାଫାସ୍ 

ରାଜ୍ୟ କାହାଣୀ (ଭୁବନେଶ୍ୱର )ବଳଙ୍ଗା ନାବାଳିକାଙ୍କୁ ଜାଳିଦେବା ମାମଲା। ସୋମବାର ସନ୍ଧ୍ୟାରେ ଦିଲ୍ଲୀ ଏମ୍ସରେ ହୋଇଛି ପୀଡ଼ିତାଙ୍କ ବୟାନ ରେକର୍ଡ। ପୁରୀ ଡିଏସପି, ବଳଙ୍ଗା ଥାନା ଅଧିକାରୀ ଦିଲ୍ଲୀ ଏମ୍ସରେ ୩୦ ମିନିଟରୁ ଅଧିକ ସମୟ ଧରି ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ। ଏହାର ସମ୍ପୂର୍ଣ୍ଣ ଭିଡିଓ ରେକର୍ଡ କରାଯାଇଛି। ତିନିଥର ସମାନ କଥା ନିଜ ବୟାନରେ କହିଛନ୍ତି ପୀଡ଼ିତା । ସେପଟେ ଗତକାଲି ପୀଡ଼ିତାଙ୍କ ତୃତୀୟ ଥର ଅସ୍ତ୍ର ପ୍ରଚାର ହୋଇସାରିଛି ।। ପୀଡ଼ିତାଙ୍କ ପରିବାରକୁ ପୁଲିସ୍‌ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ଘର ଆଗରେ ୨୪ ଘଣ୍ଟିଆ ପୁଲିସ୍‌ ମୁତୟନ କରାଯାଇଛି। ଏଥିପାଇଁ ବଳଙ୍ଗା ଥାନା ପକ୍ଷରୁ ୬ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି।

You might also like