ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟରେ ଏସବୁ ରାଜ୍ୟରେ ହେବ ନିର୍ବାଚନ ତାଲିକା ସଂଶୋଧନ

ନିର୍ବାଚନ ଆୟୋଗ (EC) ସୋମବାର ଅକ୍ଟୋବର ୨୭ ତାରିଖରେ ଦେଶର ବିଭିନ୍ନ ରାଜ୍ୟ ପାଇଁ ସ୍ୱତନ୍ତ୍ର (Special Intensive Revision – SIR) ଭୋଟର୍ ସଂଶୋଧନ ତାଲିକାର କାର୍ଯ୍ୟସୂଚୀ ଘୋଷଣା କରିବେ। ତେବେ ନିର୍ବାଚନ ଆୟୋଗ SIR ର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦ ରୁ ୧୫ ଟି ରାଜ୍ୟର ତାଲିକା ଉନ୍ମୋଚନ କରିବାର ସମ୍ଭାବନା ରହିଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ୨୦୨୬ ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ଆସାମ ଏବଂ ପୁଡୁଚେରୀ ସାମିଲ୍ ଅଛନ୍ତି।

ଏହି ଭୋଟର୍ ତାଲିକା ସଂଶୋଧନର ମୂଳ ଲକ୍ଷ୍ୟ ହେଉଛି ଜନ୍ମସ୍ଥାନ ଯାଞ୍ଚ କରି ବେଆଇନ ବିଦେଶୀ ପ୍ରବାସୀମାନଙ୍କୁ ଚିହ୍ନଟ କରିବା ଏବଂ ତାଲିକାରୁ ବାଦ୍ ଦେବା। 

You might also like