ଓଡିଶା ଟେକ୍ସ ୨୦୨୫ ସମ୍ମିଳନୀକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବେ

ରାଜ୍ୟ କାହାଣୀ (ଭୁବନେଶ୍ବର) ତା ୨୫ ୤୭ (ପିଏନଏସ): ଓଡିଶା ଟେକ୍ସ ୨୦୨୫ ସମ୍ମିଳନୀକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବେ । ଏଭଳି ଏକ କାର୍ଯ୍ୟକ୍ରମ ଓଡ଼ିଶା ନୁହଁ ଇଷ୍ଟନ ଇଣ୍ଡିଆରେ ପ୍ରଥମ ଥର ଆୟୋଜିତ ହେଉଛି । ବିଭିନ୍ନ ଟେକ୍ସଟାଇଲ(କପଡା), ପୋଷାକ, ଆନୁଷଙ୍ଗିକ ଶିଳ୍ପ,ନୀତି ନିର୍ମାତା, ନିବେଶକ ଏକତ୍ରିତ ହେବେ । ମୁଖ୍ୟମନ୍ତ୍ରୀ ଓଡିଶାର ଶିଳ୍ପ ଭବିଶ୍ୟତ ଭିଜନକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଭିନ୍ନ ଶିଳ୍ପ ସଂସ୍ଥା ସହ ଓମଓୟୁ ସ୍ବାକ୍ଷତି କରାଯିବ । ଗୁରୁବାର ଲୋକସେବା ଭବନ କନଭେନସନ ସେଣ୍ଟରରେ କାର୍ଯ୍ୟକ୍ରମ ଆୟୋଜନ ପ୍ରସ୍ତୁତି ସମୀକ୍ଷା କରି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଲୋକସେବା ଭବନକନଭେନସନ ସେଷ୍ଟରରେ ଆୟୋଜିତ ହେବାକୁଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ଆଇପିଆର ନୀତି ୨୦୨୨ ଏବଂ ରାଜ୍ୟର ଶିଳ୍ପ ଅନୁକୂଳ ଭିତ୍ତିଭୂମି ସମ୍ପର୍କରେ ସମସ୍ତେ ଅବଗତ ହେବେ । ଓଡ଼ିଶାରେ ଥିବା ସମ୍ଭାବନାକୁ ଜାଣିବେ । ଓଡ଼ିଶାରେ ୬ ଟି ଟେକ୍ସଟାଇଲ ପାର୍କ ବଲାଙ୍ଗୀର, ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, ଯାଜପୁର, କଟକ ଓ ଗଞ୍ଜାମ ଜିଲ୍ଲାରେ ନିର୍ମାଣ ହେବ । ଏନେଇ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଘୋଷଣା କରିବେ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ୬୦୦ ରୁ ଉର୍ଦ୍ଧ ନିବେଷକ ରେଜିଷ୍ଟେସନ କରିଛନ୍ତି । ଆସନ୍ତାକାଲି ସମ୍ମିଳନୀରେ ଯେଉଁମାନେ ଉପସ୍ଥିତ ରହିବେ ସେମାନେ ଆଗାମୀ ଦିନରେ ନିବେଶ ପାଇଁ ଚାହିଁଲେ ଏମଓୟୁ କରିବେ । ବ୍ୟାପକ ନିଯୁକ୍ତି ବିଶେଷ କରି ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଓଡ଼ିଆ ଯୁବକ ଯୁବତୀ ମାନଙ୍କୁ ଦକ୍ଷତା ପ୍ରଶିକ୍ଷଣ ଦିଆଯାଉଛି, ସେମାନଙ୍କୁ ଏହା ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ନିଯୁକ୍ତି ମଧ୍ୟ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଶିଳ୍ପ ମନ୍ତ୍ରୀ ଓଡିଶା ଟେକ୍ସ ୨୦୨୫ ଆୟୋଜନର ବିଭିନ୍ନ ଦିଗର ସମୀକ୍ଷା କରି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାକୁ ଭାରତର ବସ୍ତ୍ର ଓ ପୋଷାକ ଉତ୍ପାଦନର ଅଗ୍ରଣୀ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବାରେ ଏହାର ଗୁରୁତ୍ୱାରୋପ । ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ଓଡ଼ିଶା ଟେକ୍ସ ୨୦୨୫ କେବଳ ଏକ ଇଭେଣ୍ଟ ନୁହେଁ, ଏହା ଓଡ଼ିଶାର ବସ୍ତ୍ର ଶିଳ୍ପ ଅନୁକୂଳ ଭିତ୍ତିଭୂମୀ ପ୍ରଦର୍ଶିତ କରିବା ଏବଂ ବିନିଯୋଗ ଓ ରୋଜଗାର ସୃଷ୍ଟି ପାଇଁ ଏକ ମିଶନ। ଏହି କାର୍ଯ୍ୟକ୍ରମ ବିଶ୍ୱ ଓ ଜାତୀୟ ପ୍ରତିନିଧିମାନଙ୍କୁ ଏକତ୍ର କରି ରାଜ୍ୟରେ ବସ୍ତ୍ର ଉତ୍ପାଦନ ଶିଳ୍ପର ଭବିଷ୍ୟତ ନିର୍ଦ୍ଧାରଣ କରିବ । ଓଡ଼ିଶା ଟେକ୍ସ ୨୦୨୫ ବସ୍ତ୍ର ଶିଳ୍ପ କ୍ଷେତ୍ରରେ ସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ଏକ ମଞ୍ଚ ଭାବେ କାର୍ଯ୍ୟ କରିବ। ଏହି କାର୍ଯ୍ୟକ୍ରମରେ ଏମଓୟୁ ସ୍ୱାକ୍ଷରିତ ହେବ, ଶିଳ୍ପ ଆଲୋଚନା ଏବଂ ଗୁରୁତ୍ୱପୂର୍ଣ୍ଣ ନୀତି ଘୋଷଣା ହେବ । ଶୁକ୍ରବାର ସକାଳ ୧୦ ଟାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଓଡ଼ିଶାର ବସ୍ତ୍ର ଶିଳ୍ପର ଅଭିବୃଦ୍ଧି, ରପ୍ତାନୀକୁ ବୃଦ୍ଧି କରିବା ଏବଂ ରୋଜଗାର ସୁଯୋଗ ସୃଷ୍ଟି କରିବା। ଓଡ଼ିଶାକୁ ପୂର୍ବ ଭାରତର ଟେକ୍ସଟାଇଲ ହବ୍ ଭାବେ ପ୍ରତିଷ୍ଠିତ କରିବା ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

You might also like