ଏମ୍ସ ଯାଇ ବାଲେଶ୍ୱର ପୀଡ଼ିତା ଛାତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ନବିନଙ୍କ ଉଦବେଗ ପ୍ରକାଶ
ଏମ୍ସ ଯାଇ ବାଲେଶ୍ୱର ପୀଡ଼ିତା ଛାତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରୁ ଫେରିବା ପରେ ସିଧାସଳଖ ଏମସକୁ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି । ସ୍ବାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିବା ସହ ଡାକ୍ତରୀ ଦଳ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି ଘଟଣାକୁ ନେଇ ବିରୋଧୀ ଦଳ ଯଥା ବିଜେଡି ଓ କଂଗେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଯଦି ପୁର୍ବରୁ ପୀଡ଼ିତାଙ୍କ ଗୁହାରୀ ସରକାର ବା ପ୍ରଶାସନ ଶୁଣି ଥାଆନ୍ତେ ତେବେ ଏଭଳି ବଡ ସମସ୍ୟା ସୃଷ୍ଟି ହୋଇ ନ ଥାଆନ୍ତା।