ଏବେ ସବୁ ଅଙ୍ଗନବାଡି ସ୍କୁଲ୍ରେ ସାମିଲ୍ ସମ୍ଭବ ନୁହେଁ: ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ
ରାଜ୍ୟ କାହାଣୀ (ଭୁବନେଶ୍ୱର )ସ୍କୁଲ୍ରେ ଅଙ୍ଗନବାଡି ସାମିଲ ନେଇ ଗୁରୁବାର ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଶିଶୁ ବାଟିକା ୩କୁ ସ୍କୁଲରେ ସାମିଲ କରାଯାଇଛି। ଏବେ ମଧ୍ୟ ଶିଶୁ ବାଟିକା ୧ ଓ ୨ ଅଙ୍ଗନବାଡି କେନ୍ଦ୍ରରେ ଅଛି । ବର୍ତ୍ତମାନ ସବୁ ଅଙ୍ଗନବାଡି ବନ୍ଦ କରି ସ୍କୁଲ୍ରେ ସାମିଲ ସମ୍ଭବ ନୁହେଁ । ୪୫ ହଜାର ସ୍କୁଲରେ ଶିଶୁବାଟିକା ୩ ଖୋଲାଯାଇଛି । ପରବର୍ତ୍ତୀ ମୂହୁର୍ତ୍ତରେ ନିର୍ଦ୍ଦେଶ ଆସିଲେ ଶିଶୁବାଟିକା ୧ ଓ ୨ ସାମିଲ ହେବ ।୫ ବର୍ଷ ପରେ ପିଲା ଶିଶୁ ବାଟିକା ୩ରେ ନାମ ଲେଖାଇବେ । ୪୫ ହଜାର ସ୍କୁଲ୍ରେ ଶିଶୁ ବାଟିକା ୩ ଖୋଲାଯାଇଛି ।