ଏପ୍ରିଲ ଅପେକ୍ଷା ମେ’ଜୁନରେ ହିଟୱେଭ ଅଧିକ

ରାଜ୍ୟ କାହାଣୀ ( ଭୁବନେଶ୍ଵର)ଏପ୍ରିଲ ମାସ ଅପେକ୍ଷା ମେ ଓ ଜୁନରେ ରାଜ୍ୟରେ ହିଟ ୱେଭ ପ୍ରଭାବ ଅଧିକ ରହିବ। ଏପ୍ରିଲରେ ବର୍ଷା ସହ ଘଡଘଡି ପ୍ରଭାବ ଅଧିକ ରହିବ । ଗତ ୩୧ ମାର୍ଚ୍ଚ ରେ ଯେଉଁ ଆକଳନ କରାଯାଇଛି ତାହାକୁ କୃତ୍ରିମ ବୁଦ୍ଧିମତା (AI) ଆହୁରି ସଠିକ୍ କରୁଛି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସାଧାରଣତଃ ଏପ୍ରିଲ ମାସରେ ଅଂଶୁଘାତ ପ୍ରଭାବ ଯାହା ରହିବା କଥା ତା ଠାରୁ କମ୍‌ ରହିବ । ଉପକୂଳ ଓଡିଶା ଓ ଉପକୂଳ ଆନ୍ଧ୍ର ପ୍ରଦେଶର କିଛି ସ୍ଥାନରେ ହିଟ ୱେଭ ଓ ଅଂଶୁଘାତ କିଛି ଜାଗାରେ ହେବାର ସମ୍ଭାବନା ରହିଛି। ସେହିପରି ଚଳିତ ଥର ଗ୍ରୀଷ୍ମ ପ୍ରବାହ ଅଧିକ ପରିମାଣ ହେବାର ସମ୍ଭାବନା ରହିଛି । ‘‘ବର୍ତ୍ତମାନ ତିନୋଟି AI ମଡେଲର ବ୍ୟବହାର ଆରମ୍ଭ ହୋଇଛି ଏବଂ ଏହା ମାଧ୍ୟମରେ ପୂର୍ବାନୁମାନର ସଠିକତା ବଢ଼ାଇବା ସହ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ପୂର୍ବାନୁମାନ ଆକଳନ ସୂଚନା ପହଞ୍ଚାଇବା ସମ୍ଭବ ହେଉଛି। କିନ୍ତୁ ସମଗ୍ର ବିଶ୍ବରେ କେବଳ ଏଆଇ ମଡେଲକୁ ନେଇ ପାଣିପାଗ ସମ୍ବନ୍ଧୀୟ ତଥ୍ୟ ପୂର୍ବାନୁମାନ କରାଯାଇପାରିନାହିଁ ’’ । AI ର ବ୍ୟବହାର ସ୍ୱାସ୍ଥ୍ୟ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବୃହତ୍ ପରିବର୍ତ୍ତନ ଆଣୁଛି ଏବଂ ଲୋକଙ୍କ ପାଇଁ ଆବଶ୍ୟକ ତଥ୍ୟ ଶୀଘ୍ର ଉପଲବ୍ଧ କରାଇବାରେ ଏହା ଉପକାରୀ’’ବୋଲି ଭୁବନେଶ୍ୱର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଛନ୍ତି ଆଇଏମଡି ଡିଜି ।

You might also like