ଏଣିକି ଆଶାୟୀ ସରକାରୀ ଚାକିରିଆଙ୍କୁ ପରୀକ୍ଷା ପାଇଁ ଦେବାକୁ ପଡିବନି ଏନ୍‌ଓସି

ରାଜ୍ୟ କାହାଣୀ ( ଭୁବନେଶ୍ଵର)ସରକାରୀ ଚାକିରି କରିଥିବା କର୍ମଚାରୀ ବା ଅଧିକାରୀ ଯେଉଁମାନେ ୟୁପିଏସ୍‌ସି, ଓପିଏସ୍‌ସି, ଏସ୍‌ଏସ୍‌ବି, ଓଏସ୍‌ଏସ୍‌ସି, ଓଏସ୍‌ଏସ୍‌ଏସ୍‌ସି ଆଦି କରୁଥିବା ପରୀକ୍ଷା ଦେବାକୁ ଚାହୁଁଛନ୍ତି ସେମାନଙ୍କୁ ଆଉ ଏନ୍‌ଓସି(ନୋ ଅବ୍‌ଜେକ୍‌ଶନ ସାର୍ଟିଫିକେଟ) ଦରକାର ପଡିବ ନାହିଁ ।ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ଚିଠି ଜାରି କରାଯାଇଛି।ପରୀକ୍ଷା ଦେବା ସମୟରେ ସେମାନେ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ନିକଟରୁ ଛୁଟି ମଞ୍ଜୁରୀ ଏବଂ ମୁଖ୍ୟାଳୟ ଛାଡ଼ିବା ଅନୁମତି ନେଇ ଯିବା ଦରକାର। ଯେଉଁ ପରୀକ୍ଷା ଦେବେ ତା’ର ଆଡ୍‌ମିଟ୍‌ କାର୍ଡ କିମ୍ବା ସେ ସମ୍ବନ୍ଧିତ କାଗଜପତ୍ର ଦେଖାଇବେ। ଯଦି ସେମାନେ ଯେଉଁ ପରୀକ୍ଷା ଦେଉଛନ୍ତି ସେଥିରେ ଉତ୍ତୀର୍ଣ୍ଣ ହେଉଛନ୍ତି ତେବେ ସେମାନେ ସରକାରୀ ପଦ୍ଧତିରେ ସେହି ବିଭାଗରୁ ରିଲିଭ ହେବେ, ସେମାନଙ୍କ ଅଧାପନ୍ତରିଆ କାର୍ଯ୍ୟକୁ ସାରିବେ।ଆଗରୁ ସରକାରୀ କର୍ମଚାରୀ ଏହିସବୁ ପରୀକ୍ଷା ଦେବାକୁ ହେଲେ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗଠାରୁ ଏନ୍‌ଓସି ଆଣିବାକୁ ବାଧ୍ୟ ହେଉଥିଲେ। ହେଲେ ସରକାର ଏହି ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି।

You might also like