ଏକାଥରରେ ୩ଟି ସନ୍ତାନ ପ୍ରସବ କଲେ ଜଣେ ମହିଳା

ରାଜ୍ୟକାହାଣୀ ( ଭୁବନେଶ୍ୱର )ଗଜପତି ଜ଼ିଲ୍ଲା ମୋହନା ବ୍ଲକର ଖାରୀଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିଗାଁ ର ଜଣେ ମହିଳା ଏକାଥରରେ ୩ଟି ସନ୍ତାନ ପ୍ରସବ କରିଛନ୍ତି । ଗ୍ରାମର ଜିତେନ୍ଦ୍ର ମାଝୀଙ୍କ ସ୍ତ୍ରୀ ପୁଲିନା ଗର୍ଭବତୀ ଥିଲେ। ତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକେ ଏକ ଅଟୋରେ ପୁଲିନାଙ୍କୁ ବିରିକୋଟ ଉପସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ସମୟରେ ଜଙ୍ଗଲ ରାସ୍ତାରେ ପୁଲିନା ଏକ କନ୍ୟା ସନ୍ତାନକୁ ଅଟୋରେ ଜନ୍ମ ଦେଇଥିଲେ।

ପରେ ବିରିକୋଟ ସ୍ବାସ୍ଥ୍ୟକେନ୍ଦ୍ର ଫାଟକ ନିକଟରେ ଆଉ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ କିଛି ସମୟ ପରେ ଆଉ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ବର୍ତ୍ତମାନ ମାଁ ଏକ ସମସ୍ତ ତିନି ନବ ଜାତକ ସୁସ୍ଥ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଘଟଣା ଟି ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି।

You might also like