ଉଷା ପାଢ଼ୀଙ୍କୁ ଆଶ୍ୱସ୍ତି, ନିଃସର୍ତ୍ତ କ୍ଷମା ପ୍ରାର୍ଥନା ପରେ ଅଦାଲତ ଅବମାନନା ମାମଲା ରଦ୍ଦ କଲେ ହାଇକୋର୍ଟ

ରାଜ୍ୟ କାହାଣୀ (ଭୁବନେଶ୍ଵର)ଅଦାଲତ ଅବମାନନା ମାମଲାରୁ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ସହିତ ନଗର ଉନ୍ନୟନ ବିଭାଗର ନିର୍ଦେଶକ ଏବଂ କଟକ ଜିଲ୍ଲାପାଳ ମଧ୍ୟ ଆଶ୍ୱସ୍ତି ପାଇଛନ୍ତି । ଏହି ୩ ବରିଷ୍ଠ ଅଧିକାରୀ କୋର୍ଟଙ୍କ ଆଦେଶ ପାଳନ କରିଥିବା ନେଇ କମ୍ପଲାଇନ୍ସ ରିପୋର୍ଟ ଦାଖଲ କରିବା ସହ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପରେ ଅଦାଲତ ଅବମାନନା ମାମଲାକୁ ରଦ୍ଦ କରିଛନ୍ତି ହାଇକୋର୍ଟ ।ସୂଚନା ଯୋଗ୍ୟ, ସଚିବ ପାଢ଼ୀଙ୍କୁ ହାଇକୋର୍ଟ ଗତ ୨୪ ତାରିଖିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

You might also like