ଆଶ୍ରୟସ୍ଥଳ ନୁହେଁ, ବୁଲା କୁକୁର ବନ୍ଧ୍ୟାକରଣ ହେଉଛି ସଠିକ୍ ସମାଧାନ

କୁକୁର ପ୍ରେମୀଙ୍କ ପାଇଁ ଖୁସି ଖବର । ଶୁକ୍ରବାର ସୁପ୍ରିମ୍କୋର୍ଟ ବୁଲା କୁକୁରମ‌ାନଙ୍କୁ ନେଇ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଆଶ୍ରୟ ଗୃହକୁ ପଠା ଯାଇଥିବା କୁକରମାନଙ୍କୁ ଛାଡ଼ି ଦିଆଯିବ । ବନ୍ଧ୍ୟାକରଣ ଓ ଟୀକାକରଣ ପରେ କୁକୁରମାନଙ୍କୁ ମୁକ୍ତ କରାଯିବ । ଆଜି ସୁପ୍ରିମକୋର୍ଟର ତିନି ଜଣ ବିଚାରପତିଙ୍କ ଖଣ୍ଡପୀଠ ବୁଲା କୁକୁରଙ୍କ ଉପରେ ଣୁଣାଣି କରିଥିବା ବେଳେ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଯାହା କୁକୁର ପ୍ରେମୀଙ୍କୁ ଟିକିଏ ଆଶ୍ବସ୍ତି ଦେଇଛନ୍ତି । ସୁପ୍ରିମ କୋର୍ଟ କହିଛନ୍ତି ଯେ ଆମେ ଶୁଣିଛୁ ଏବଂ ଆମେ ଏହି ମାମଲାକୁ ସମଗ୍ର ଦେଶ ପାଇଁ ବିସ୍ତାର କରୁଛୁ। ଆମେ ସମସ୍ତ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରୁଛୁ ଏବଂ ହାଇକୋର୍ଟରେ ବିଚାରାଧୀନ ସମସ୍ତ ମାମଲାକୁ ଏଠାରେ ସ୍ଥାନାନ୍ତର କରୁଛୁ। ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଆଶ୍ରୟସ୍ଥଳକୁ ପଠାଯାଇଥିବା କୁକୁରମାନଙ୍କୁ ମୁକ୍ତ କରାଯିବ। ସେହି ସମୟରେ, ହିଂସ୍ର ଏବଂ ଅସୁସ୍ଥ କୁକୁରମାନଙ୍କୁ ମୁକ୍ତ କରାଯିବ ନାହିଁ। ଏଥିସହିତ ସର୍ବ ସାଧାରଣରେ ବୁଲା କୁକୁରମାନଙ୍କୁ ଖାଇବା ଦେବା ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି କୋର୍ଟ । ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କୁ ଖାଇବାକୁ ଦିଆଯିବ । କେବଳ ଯେ ଦିଲ୍ଲୀ ଏନସିଆର ତାହା ନୁହେଁ, ଏହା ଦେଶର ପ୍ରତ୍ୟେକ ସ୍ଥାନରେ ଲାଗୁ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏନେଇ ସମସ୍ତ ରାଜ୍ୟକୁ ଚିଠି ମଧ୍ୟ ପଠାଇଚନ୍ତି କୋର୍ଟ ।

You might also like