ଆଜି ହେଉଛି ନଭେମ୍ବର ୧୪ ଅର୍ଥାତ ଶିଶୁ ଦିବସ

ଆଜି ହେଉଛି ନଭେମ୍ବର ୧୪ ଅର୍ଥାତ ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ। ସେ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବାରୁ ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି।ନେହରୁଙ୍କ ଜନ୍ମ ୧୮୮୯ ମସିହାରେ ଆଲ୍ଲାବାଦରେ ହୋଇଥିଲା । ନେହେରୁଙ୍କ ଛୋଟ ପିଲାଙ୍କ ପ୍ରତି ବହୁତ ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ଥିଲା, ଯେଉଁଥିପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ସେ ଦେଶର ଭବିଷ୍ୟତକୁ ଶିଶୁମାନଙ୍କ ଆଖିରେ ଦେଖୁଥିଲେ। ନେହେରୁଙ୍କୁ ସମସ୍ତେ ଶ୍ରଦ୍ଧାରେ ଚାଚା ନେହେରୁ ଓ ଚାଚାଜୀ ବୋଲି ସମ୍ବୋଧନ କରୁଥିଲେ । ନେହେରୁ ଜଣେ ଏଭଳି ମଣିଷ ଥିଲେ ତାଙ୍କୁ ସମସ୍ତେ ଭଲପାଉଥିଲେ ଆଉ ସେ ପିଲାମାନଙ୍କୁ ବହୁତ ସ୍ନେହ, ଆଦର କରୁଥିଲେ ଏବଂ ସଦଗତିରେ ଯିବା ପାଇଁ ପରାମର୍ଶ ମଧ୍ୟ ଦେଉଥିଲେ । ତେଣୁ ନେହେରୁଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି।ଶିଶୁ ଦିବସର ଇତିହାସ୧୯୨୫ ମସିହାରୁ ହିଁ ଶିଶୁ ଦିବସ ପାଳନ କରାଯାଉଛି କିନ୍ତୁ ୟୁଏନ ୨୦ ନଭେମ୍ବର ୧୯୫୪ ମସିହାରେ ଶିଶୁ ଦିବସ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା। ବିିଭିନ୍ନ ଦେଶରେ ଭିନ୍ନ ଭିନ୍ନ ତାରିଖରେ ଶିଶୁ ଦିବସ ପାଳନ କରାଯାଇଥାଏ। ଭାରତରେ ଶିଶୁ ଦିବସ ୧୯୬୪ରେ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କ ନିଧନ ପରେ ପାଳନ କରାଯାଇଥିଲ। ଏହି ଦିନକୁ ପାଳନ କରିବାକୁ ବିଦ୍ୟାଳୟଗୁଡ଼ିକ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ , କୁଇଜ୍ ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଆୟୋଜନ କରନ୍ତି । ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ପିଲାମାନଙ୍କୁ ଖେଳନା, ମିଠା ଏବଂ ଉପହାର ସହିତ ଉପସ୍ଥାପିତ କରାଯାଏ ।

You might also like