ଆଜି ପବିତ୍ର ଶ୍ରୀ ପଞ୍ଚମୀ 

ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ। ଆଜି ମା’ ସରସ୍ବତୀଙ୍କୁ ଆରାଧନାର ଦିନ। ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ବତୀ। ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପାଳନ କରାଯାଇଥାଏ । ସରସ୍ବତୀ ଦିବ୍ୟଭାବର ପ୍ରତୀକ। ମା’ ସରସ୍ବତୀ ହେଉଛନ୍ତି କଣ୍ଠଚକ୍ର ବାଣୀ ଓ ସଙ୍ଗୀତର ଆଧାର। ତେଣୁ ମା’ ସରସ୍ବତୀଙ୍କୁ ପ୍ରାର୍ଥନା କଲେ ମନ, ବୁଦ୍ଧି, ବିଚାର ଓ ଚେତନା ଦୃଢ଼ୀଭୂତ ହୁଏ।ବସନ୍ତ ଋତୁରେ ଏହି ପର୍ବ ପଡୁଥିବାରୁ ଏହାକୁ ବସନ୍ତ ପଞ୍ଚମୀ କୁହାଯାଏ। ଆଜିର ଦିନ ଅତ୍ୟନ୍ତ ଶୁଭ ହୋଇଥିବାରୁ ଏହି ଦିନରେ ବିଭିନ୍ନ କାର୍ୟ୍ୟର ଶୁଭାରମ୍ଭ କରାଯାଇଥାଏ।

You might also like